


ରାଜଗାଙ୍ଗପୁର ,(କ.ବ୍ୟୁ) : ଗୁରୁବାର, ୯ ଏପ୍ରିଲ, ୨୦୨୬, ରାତି ୯ ଘଟିକାରେ ରାଜଗାଙ୍ଗପୁର ମୁସଲିମ ପଞ୍ଚାୟତ କମିଟି ପକ୍ଷ୍ୟରୁ ସ୍ଥାନୀୟ ଥାନା ପରିସରରେ ଥାନା ଅଧିକାରୀ ବିଜୟ କିଶୋର ଦାସଙ୍କୁ ସମ୍ମାନିତ କରାଯାଇଥିଲା । ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ତାଙ୍କୁ ରାଜ୍ୟର ଶ୍ରେଷ୍ଠ ଆଇଆଇସି ପୁରସ୍କାର ମିଳିଥିଲା ଓ ୯୧ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସରେ ତାଙ୍କୁ “ବ୍ରିଜ ବିହାରୀ ମିଶ୍ର ସ୍ମାରକୀ ଟ୍ରଫି”ରେ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହି ପୁରସ୍କାର ଇନ୍ସପେକ୍ଟର ଦାସଙ୍କ ଅନୁକରଣୀୟ ସେବା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବାରେ ଉଲ୍ଲେଖନୀୟ ନେତୃତ୍ୱକୁ ସ୍ୱୀକୃତି ଦିଏ ଓ ଏହି ପୁରସ୍କାର ପ୍ରଭାବଶାଳୀ ପୋଲିସିଂ, ସାମୁଦାୟିକ ସମ୍ପୃକ୍ତି ଏବଂ ଜନସାଧାରଣଙ୍କ ସୁରକ୍ଷା ପ୍ରତି ତାଙ୍କର ନିରନ୍ତର ପ୍ରତିବଦ୍ଧତାକୁ ସ୍ୱୀକୃତି ଦିଏ। ଏହି ପରିପେକ୍ଷ ରେ ସୋଏବ ଆଲାମଙ୍କ ଅଧ୍ୟକ୍ଷତାରେ ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ଫୁଲତୋଡ଼ା ବ ଉପହାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଉକ୍ତ ସମ୍ବର୍ଦ୍ଧନା ଦେବା ସମୟରେ, ମୁସଲିମ ପଞ୍ଚାୟତ କମିଟି ର ଅଧ୍ୟକ୍ଷ, ଏମଡି ଆରିଫ୍, ମସୁଦ ଅମନ, ଏମଡି ଜାଭେଦ, ଏମଡି ସୈଫି, ଏମଡି ରାଜା ପ୍ରମୁଖ ଉପସ୍ଥିତ ରହି ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାମନା କରିଥିଲେ।
(ରାଜଗାଙ୍ଗପୁର ରୁ ଅବଦୁଲ ରଜାକ ଖାନ ଙ୍କ ରିପୋର୍ଟ )