





ରାଜଗାଙ୍ଗପୁର: (କା.ବ୍ୟୁ) : ବୁଧବାର, 8 ଏପ୍ରିଲ୍, 2026, ସକାଳ 9ଟାରେ, ରାଜଗାଙ୍ଗପୁର ପୌରପାଳିକା ଅନ୍ତର୍ଗତ ବାଣ୍ଟୁପଡା ସ୍ଥିତ ସୁମିତ୍ରା ମ୍ୟାରେଜ୍ ପ୍ୟାଲେସ୍ ନିକଟରେ କୃଷ୍ଣ ବିକାଶ ଗଡ଼ୋଡିଆ ଗ୍ଲୋବାଲ୍ ସ୍କୁଲ୍ ର ଶୁଭ ଉଦଘାଟନ କରାଯାଇଛି । ଏହି ଅବସରରେ ମୁଖ୍ୟ ଭାବେ ଉପସ୍ଥିତ ସରସ୍ୱତୀ ଗଡ଼ୋଡିଆ ଫିତାକାଟି କ୍ରୀଷ୍ଣା ବିକାଶ ଗଡ଼ୋଡିଆ ଗ୍ଲୋବାଲ୍ ସ୍କୁଲ୍ ର ଶୁଭ ଉଦ୍ଘାଟନ କରିଥିଲେ ଓ ଦ୍ବୀପ ପ୍ରଜ୍ଜ୍ଵଳିତ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା । ଏହି ଅବସର ରେ ସମ୍ମାନିତ ଅତିଥି ଭାବେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଅଧ୍ୟକ୍ଷ ଦାସାରୀ ମୁରଲୀକୃଷ୍ଣ, ନବଦୁର୍ଗା ଗ୍ରୁପ୍ ଅଧ୍ୟକ୍ଷ ନିମିସ୍ ଗଡ଼ୋଡିଆ ଏବଂ କୃଷ୍ଣ ବିକାଶ ଗାଡୋଡିଆ ଗ୍ଲୋବାଲ୍ ସ୍କୁଲ୍ ଟ୍ରଷ୍ଟି ବିନୀତା ଗଡ଼ୋଡିଆ ପ୍ରମୁଖ ଉପସ୍ଥିତ ରହିଥିଲେ । ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ପବନ ଗଡ଼ୋଡିଆ, ସ୍କାନ ଷ୍ଟିଲ୍ ପ୍ଲାଣ୍ଟର ପରିଚାଳକ ସଞ୍ଜୟ ଗଡ଼ୋଡିଆ, ରାଜେଶ ଗଡ଼ୋଡିଆ, ଅର୍ଚ୍ଚନା ଗଡ଼ୋଡିଆ, ଉତ୍କ୍ରସ ଗଡ଼ୋଡିଆ, ଡକ୍ଟର ଏସ.ଏନ ପଣ୍ଡା, ଅଶ୍ୱିନୀ ନାୟକ, ଶିଶିର ପ୍ରସାଦ, ଅବଦୁଲ ରହିମ୍ ଏବଂ କ୍ରିଷ୍ଣା ବିକାଶ ଗାଡୋଡିଆ ଗ୍ଲୋବାଲ୍ ସ୍କୁଲ୍ ର ପ୍ରଧାନାଧ୍ୟାପକ ଅଜିତ କୁମାର ନାୟକ ଉପସ୍ଥିତ ରହିଥିଲେ ।
ଏହି ଶୁଭ ଅବସରରେ, ସ୍କୁଲର ଟ୍ରଷ୍ଟି ବିନୀତା ଗଡ଼ୋଡିଆ ତାଙ୍କ ବିବୃତ୍ତିରେ କହିଛନ୍ତି, ଯେ “ଆଜି ଏକ ନୂତନ ଯାତ୍ରା ଆରମ୍ଭ ହେଉଥିବାରୁ ମୁଁ ଅତ୍ୟନ୍ତ ଖୁସି ଏବଂ ଗର୍ବିତ, ଏହା ଏପରି ଏକ ସ୍ଥାନ ଯେଉଁଠାରେ ଯୁବ ମାନଙ୍କୁ ପୋଷଣ କରାଯିବ, ସ୍ୱପ୍ନ ଗଠନ କରାଯିବ ଏବଂ ଭବିଷ୍ୟତ ନିର୍ମାଣ ମଧ୍ୟ କରାଯିବ ଏହା ସହିତ ସେ ଏହା ମଧ୍ୟ କହିଥିଲେ ଯେ ସ୍କୁଲ କେବଳ ଇଟାରେ ତିଆରି ଏକ କୋଠା ନୁହେଁ, ବରଂ ଏକ ସ୍ଥାନ ଯେଉଁଠାରେ ଯୁବ ମାନଙ୍କୁ ଗଠନ କରାଯାଏ, ପ୍ରତିଭା ଆବିଷ୍କାର କରାଯାଏ ଏବଂ ମୂଲ୍ୟବୋଧ ଶିକ୍ଷା ଦିଆଯାଏ ଏହି ଅନୁଷ୍ଠାନ ଛାତ୍ରଛାତ୍ରୀମାନଙ୍କୁ ଜ୍ଞାନ, ଶୃଙ୍ଖଳା ଏବଂ ସଫଳତା ଆଡ଼କୁ ମାର୍ଗଦର୍ଶନ କରିବ। ସ୍କୁଲ ଖୋଲିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜଗାଙ୍ଗପୁରର ପିଲାମାନଙ୍କୁ ଭିତ୍ତିଭୂମି ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା। ଏହା ବ୍ୟତୀତ, ରାଜଗାଙ୍ଗପୁରରେ କୌଣସି ଆଧୁନିକ ସ୍କୁଲ ନାହିଁ, ଏବଂ ଆମର ସଂସ୍କୃତି ଏବଂ ସଭ୍ୟତାକୁ ଧ୍ୟାନରେ ରଖି, କ୍ରିଷ୍ଣା ବିକାଶ ଗଡ଼ୋଡିଆ ଗ୍ଲୋବାଲ୍ ସ୍କୁଲ ଖୋଲାଯାଇଛି।
(ରାଜଗାଙ୍ଗପୁର ରୁ ଅବଦୁଲ ରଜାକ ଖାନ ଙ୍କ ରିପୋର୍ଟ )