ଓଡ଼ିଆ ପକ୍ଷ ଅବସରରେ ଏନଆରସି, ବାଇଆରସି ଏବଂ ଏନଏସଏସ ୟୁନିଟ୍ ତରଫ ରୁ ରକ୍ତଦାନ ଶିବିର ଆୟୋଜନ

ଶିବିରରେ ମୋଟ 23 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି
ଓଡ଼ିଶା ରକ୍ତ କେନ୍ଦ୍ର DHH ସୁନ୍ଦରଗଡ଼ ଦଳର ଉପସ୍ଥିତିରେ ରକ୍ତ ସଂଗ୍ରହ କରାଯାଇଥିଲା

ରାଜଗାଙ୍ଗପୁର: (କ.ବ୍ୟୁ) : ଶୁକ୍ରବାର, ୧୦ ଏପ୍ରିଲ୍ ୨୦୨୬, ସକାଳ ସାଢେ ୧୦ ଘଟିକା ସମୟରେ, ରାଜଗାଙ୍ଗପୁର ଅନ୍ତର୍ଗତ ଝାରବେଡା ସ୍ଥିତ ଡାଲମିଆ ମହାବିଦ୍ୟାଳୟ ପରିସରରେ ଏନଆରସି, ବାଇଆରସି ଏବଂ ଏନଏସଏସ ୟୁନିଟ୍ ତରଫରୁ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏନସିସି ଅଧିକାରୀ କ୍ୟାପ୍ଟେନ୍ ଏମଡି ହମିଦଙ୍କ ନେତୃତ୍ୱରେ ଏହି ଶିବିର ଆୟୋଜିତ ହୋଇଥିଲା। ଶିବିରରେ ମୋଟ ୨୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଓଡ଼ିଶା ରକ୍ତ କେନ୍ଦ୍ର ଡ଼ିଏଚଏଚ (DHH) ସୁନ୍ଦରଗଡ଼ ଟୀମ ଙ୍କ ଉପସ୍ଥିତିରେ ରକ୍ତ ସଂଗ୍ରହ କରାଯାଇଥିଲା ଏବଂ ସୁନ୍ଦରଗଡ଼ ରକ୍ତ ଭଣ୍ଡାରରେ ରକ୍ତ ସଂଗ୍ରହ କରି ରଖାଯାଇଥିବା ଜଣାପଡ଼ିଛି । ଶିବିରରେ ସମସ୍ତ ଲୋକ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିଥିଲେ। ରକ୍ତଦାନ ଏକ ମହାନ ଦାନ। ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିଥିବା ରକ୍ତଦାତାମାନଙ୍କୁ ପ୍ରମାଣପତ୍ର ପ୍ରଦାନ କର ସମ୍ମାନିତ କରାଯାଇଥିଲା। ଉକ୍ତ ରକ୍ତଦାନ ଶିବିର ରେ, ବାଇଆରସି ପରାମର୍ଶଦାତା ପ୍ରଶାନ୍ତ କୁମାର ମାଝୀ, ଏନଏସଏସ ପିଓ ମନୋଜ ମେହେର, ଡାଲମିଆ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଜିତେନ୍ଦ୍ର କୁମାର ପଟେଲ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ବିଭାଗୀୟ ପ୍ରମୁଖ ଉପସ୍ଥିତ ରହି ଉକ୍ତ ଶିବିର ରେ ଅଂଶଗ୍ରହଣ କରି ସହଯୋଗ କରିଥିଲେ।

(ରାଜଗାଙ୍ଗପୁର ରୁ ଅବଦୁଲ ରଜାକ ଖାନ ଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *