ଗୋଟିଏ ରାତିରେ ୨ ଟି ଘରୁ ଚୋରି, ଜଣଙ୍କୁ ମରଣାତ୍ମକ ଆକ୍ରମଣ

ନୟାଗଡ : ରାତିରେ ସୋଇଥିବା ବେଳେ ବୃଦ୍ଧଙ୍କୁ ଆକ୍ରମଣ କରି ଘରେ ବୁଲାଇଲେ କଳାକନା। ଟାଉନ ପୋଲିସ ର ତଦନ୍ତ। ଗତରାତିରେ ନୟାଗଡ ଟାଉନ ଥାନା ଅନ୍ତର୍ଗତ ଖମାରସାହି ଗାଁର ଭାରତ ମାହାନ୍ତି ଓ କରଜ ସ୍ୱାଇଁ ଘର କବାଟ ବନ୍ଦ କରି ସୋଇଥିଲେ। ଚାର ତାହାର ସୁଯୋଗ ନେଇ କରଜ ସ୍ୱାଇଁ ଙ୍କ ଘର ପଛ ପଟୁ କବାଟ ଭାଙ୍ଗି ଘରେ ପଶିଥିଲେ। ଘରୁ ସୁନା, ରୁପା ଓ ୨ ଲକ୍ଷ ଟଙ୍କା ଚୋରି କରି ନେଇ ଯାଇଛନ୍ତି। ସେହିପରି ଭାରତ ମାହାନ୍ତି ଘର ବନ୍ଧ କରି ସୋଇଥିଲେ । ଘର ପଛପଟୁ କବାଟ ତାଡି ଘରେ ପଶିଲେ। ବୋହୁ ସୋଇଥିବା ଘରକୁ ବାହାର ପଟୁ ବନ୍ଧ କରିଦେଇଥିଲେ। ଘର ଭିତରେ ପଶି ୫0 ହଜାର ଟଙ୍କା, ସୁନା କାନରେ ଓ ରୁପା ସାମଗ୍ରୀ ଚୋରି କରିଥିଲେ। ଭାରତ ସୋଇଥିବା ବେଳେ ତାଙ୍କ ବେକକୁ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରି ପଳାଇ ଯାଇଥିଲେ। ତାଙ୍କୁ ସଂଗେ ସଂଗେ ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ଆଣିଥିଲେ। ରାତିରେ ଟାଉନ ପୋଲିସ ଆସି ତଦନ୍ତ କରିଛି। ନୟାଗଡ ଜ଼ିଲ୍ଲା ରେ ଚୋରି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜ଼ିଲ୍ଲା ପୋଲିସ ଚୋର ଧରିବାରେ ବିଫଳ ଦେଖିବାକୁ ମିଳିଛି।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *