ଓଡିଶା ଦିବସ ରେ ଆଲୋଚନା ଚକ୍ର

ନୟାଗଡ : ନୟାଗଡ ପଠାଣି ସାମନ୍ତ ଅଡ଼ିଟୋରିଅମ ଠାରେ ଓଡିଶା ଦିବସ ପାଳନ ଓ ଆଲୋଚନା ଚକ୍ର କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ର ପ୍ରସଙ୍ଗ ହେଉଛି ଉତ୍କଳ ପ୍ରଦେଶ ଗଠନ ର ଭିତିଭୂମି ଓ ପୂର୍ଣ୍ଣାଙ୍ଗ ଗଠନ। ଏହି ଅବସରରେ ଅନୁଷ୍ଠାନର ସଭାପତି ବସିରିନି ବିବିଙ୍କ ସଭାପତିତ୍ବରେ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ, ବିଶିଷ୍ଟ ଅତିଥି ଜିଲ୍ଲାପାଳ ମଧୁମିତା ରଥ, ସମ୍ମାନୀତ ଅତିଥି ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସାମୟୀ ଆଚାର୍ଯ୍ୟ, ଓ ଆଲୋଚକ ଭାବେ ଶରତ ଚନ୍ଦ୍ର ଆଚାର୍ଯ୍ୟ, ମହମ୍ମଦ ଉମାର ମାଲିକ ଓ ହାଡ଼ିବନ୍ଧୁ ମହାଖୁଡ ପ୍ରମୁଖ ଉପସ୍ଥିତ ରହି ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପୃଷ୍ଠ ଭୂମି ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଏକ ସାଧାରଣ ଜ୍ଞାନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏହାକୁ କୁଇଜ୍ ମାଷ୍ଟର ଚନ୍ଦ୍ରବିଜୟୀ ମିଶ୍ର ପରିଚାଳନା କରିଥିଲେ ଓ ବିଜେତାଙ୍କୁ ଉତ୍କଳ ସମ୍ମିଳନୀ ନୟାଗଡ ଶାଖା ପକ୍ଷରୁ ପୁରସ୍କୃତ କରାଯାଇଥିଲା । ସଭା ଆରମ୍ଭ ପୂର୍ବରୁ “ମୁଁ ଓଡ଼ିଆ ଝିଅ” ନୃତ୍ୟ ପରିବେଷଣ କରିଥିଲେ ବରପଲ୍ଲି ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ । ତିଥି ମାନେ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୁଷ୍ପ ଅର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଅନୁଷ୍ଠାନର ସଂପାଦକ ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ପରିଶେଷରେ ଅନୁଷ୍ଠାନର ଉପସଭାପତି ଅରୁଣ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ନୟାଗଡର ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତି ରହି ଉତ୍ସବକୁ ସଫଳ କରିଥିଲେ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *