ଦଶପଲ୍ଲା : ଦଶପଲ୍ଲା ଲଙ୍କା ପୋଡି ଯାତ୍ରା ପାଇଁ ବାଣ ପ୍ରସ୍ତୁତି ବେଳେ ବିସ୍ପୋରଣ ଘଟି ୬ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି । ଏଭଳି ବିସ୍ପୋରଣ ନୂଆଗାଁ ଥାନା କୋରଡା ଗାଁରେ ଘଟିଛି। ଚଳିତ ମାସ ୭ ତାରିଖ ରେ ଦଶପଲ୍ଲାରେ ଲଙ୍କାପୋଡ଼ି ରହିଛି। କୋରଡା ଗାଁର କାହ୍ନୁ ସେଠିଙ୍କ ଘରେ ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ବାଣ ତିଆରି ଚାଲିଥିଲା । କୌଣସି କାରଣରୁ ବାରୁଦରେ ନିଆଁ ଲାଗି ଯାଇଥିଲା। ଫଳରେ ବାଣ ବିସ୍ପୋରଣ ଘଟିଥିଲା । ବାଣ ପ୍ରସ୍ତୁତ କରୁଥିବା 6 ଜଣ ଗୁରୁତର ହୋଇଛନ୍ତି , ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣା ପଡିଛି । ଗୁରୁତର ଆହତ ମାନେ ହେଲେ ହାଡ଼ିବନ୍ଧୁ ସେଠି ପୁଅ ନବ ସେଠୀ ଏବ ନିରଞ୍ଜନ ନାହାକ, ମାନସ ନାୟକ, ବାପି ନାୟକ ସମେତ ଜଣେ 12 ନାବାଳକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ପ୍ରଥମେ ନୟାଗଡ ପରେ ଭୁବନେଶ୍ଵର ସ୍ଥାନାନ୍ତର କରାଜାଇଥିବା ବେଳେ ସମସ୍ତଙ୍କ ଅବସ୍ଥା ସଙ୍କଟାପୂର୍ଣ ରହିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ