ଗାଇସିଲେଟ ପେହେଚାନ ସ୍କୁଲରେ ବାର୍ଷିକ ଉତ୍ସବ ପାଳନ

ଗାଇସିଲେଟ – (କ. ବ୍ୟୁ. ) : ଓଡ଼ିଶାର ସମସ୍ତ ଅନୁଷ୍ଠାନ ମାନଙ୍କରେ ଯେପରି ବାର୍ଷିକୋତ୍ସବ ପାଳନ ହୋଇଯାଇଛି, ସେହିପରି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକର ପେହେଚାନ ସ୍କୁଲରେ ଉତ୍ସବ ଯାକ ଯମକରେ ପାଳନ ହୋଇଯାଇଛି l ଏହି ଉତ୍ସବରେ ବିଦ୍ୟାଳୟ ପରିଚାଳକ ଶ୍ରୀ ସରୋଜ କୁମାର ପରିଡା,ପ୍ରିନ୍ସିପାଲ ଶ୍ରୀ ବସନ୍ତ କୁମାର ସାହୁ,ବିଦ୍ୟାଳୟର କର୍ମଚାରି ଶିକ୍ଷକ -ଶିକ୍ଷୟିତ୍ରୀ ଓ ସଭାପତି ଶ୍ରୀ କଲେତଙ୍କ ଦ୍ୱାରା ନିମନ୍ତ୍ରିତ ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରଣୟ ସାହୁ, ମୁଖ୍ୟବକ୍ତା ଶ୍ରୀ ସରୋଜ ସାହୁ, ଓ ସମ୍ମାନିତ ଅତିଥି ଗଣ ସମିତିସଭ୍ୟ ଦେବେନ୍ଦ୍ର ଯୋଶୀ,ଗାଇସିଲେଟ ଗ୍ରା.ପ. ସରପଞ୍ଚ ଶରତ କାଲୋ,ରଞ୍ଜନ ପଣ୍ଡା,ପ୍ରଧାନ ଶିକ୍ଷକ ଶ୍ରୀ ଦିଶିରୀ ଶୁଭ ପ୍ରଦୀପ ପ୍ରଜ୍ବଳନ କରି ମଞ୍ଚସନରେ ଉପଵେଶନ କରିଥିଲେ l ମଞ୍ଚ ସମନାରେ ଛାତ୍ରଛାତ୍ରୀଙ୍କ ମଁl ବାପା ଓ ଅଞ୍ଚଳର ଜ୍ଞାନୀ ଗୁଣି ଲୋକେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ l ସଭା ପ୍ରାରମ୍ଭରେ ଅତିଥି ମାନଙ୍କ ଶିକ୍ଷଣୀୟ ବକ୍ତବ୍ୟ ଗୁଡିକ ଶୁଣି କରତାଳିରେ ପରିବେଶ ଆଛାଦନ ହୋଇ ଯାଇଥିଲା l ଉତ୍ସବରେ ପ୍ରାରମ୍ଭିକ ପ୍ରତିଯୋଗିତାର ବିଜୟୀ ଛାତ୍ରଛାତ୍ରୀ ପୁରସ୍କୃତ ହୋଇ ଶେଷରେ କୁନି କୁନି ଶିଶୁ ଅନ୍ତର୍ନିହିତ କଳା ଉଚ୍ଚ କୋଟିର ପରିବେଷଣ କରି କରତାଳି କୋଳାହଳରେ ଆନନ୍ଦ ମୁଖରିତ ଜଣା ପଡୁଥିଲା l ଦେଶର ଭବିଷ୍ୟତ ନାଗରିକ କଳା ମାଧ୍ୟମରେ ପରିବେଷଣ ଗୀତନାଚ ଦର୍ଶକଙ୍କ ମନମୁଗ୍ଧ ହୋଇଥିଲା l ଏହି ବିଦ୍ୟାଳୟ ଅତି କମ ଦିନର ହେଲେ ସୁଦ୍ଧା ପ୍ରତି ବର୍ଷ ଛାତ୍ରସଂଖ୍ୟା ବଢ଼ି ଦୁଇ ଶହକୁ ପହଁଞ୍ଚି ଯାଇଛି l ଏହି ବର୍ଷର ପରୀକ୍ଷାଫଳ ଉନ୍ନତ ହେବାର ଜଣାପଡୁଛି l କାର୍ଯ୍ୟକ୍ରମ ରାତ୍ରି ଆଲୋକରେ ସୁନ୍ଦର ରୂପ – ସଜ୍ଜା ମଳିନ ପରେ ଭୋଜନର ସୁ – ବ୍ୟବସ୍ଥା ହୋଇଥିଲା l

Leave a Reply

Your email address will not be published. Required fields are marked *