ଉତ୍କଳ ଦିବସ


ଉତ୍କଳ ପ୍ରଦେଶ ଓଡ଼ିଶା ମୋ ରାଜ୍ୟ
ଆଜି ତା ଜନମ ଦିନ
ଏକତ୍ର ହୋଇଛି ଓଡ଼ିଆ ଭାଷାର
ପ୍ରସାର ଆମ ସମ୍ମାନ।
ଗରବେ କହୁଛି ଆମେତ ଓଡ଼ିଆ
ଦୃଢ଼ତା ଆମରି ଭାଷା
କହିବା ଓଡ଼ିଆ ଲେଖିବା ଓଡ଼ିଆ
ମୋ ଜାତି ଭାଷା ପ୍ରଶଂସା।
ଜନ୍ମଭୂମି ମୋର ମାଭାଷା ମୋଶାହା
ଟେକ ରଖୁଛୁ ତା ନାମ
ବିଶ୍ବେର ଦେବତା ଭକ୍ତଙ୍କ ବନ୍ଧୁତା
ପୁରୀ ଶ୍ରୀକ୍ଷେତ୍ର ଯା ଧାମ।
ଓଡ଼ିଶା ବାଣିଜ୍ୟ ଜାଭା ଓ ସୁମାତ୍ରା
ବର୍ଣ୍ଣି ଆଦି କେତେ ଦେଶ
ଧନ ରତ୍ନ ଦ୍ରବ୍ୟ ଆଣୁଥିଲେ ଧରି
ଉତ୍କଳ ଲକ୍ଷ୍ମୀର ବେଶ।
ଏ ମାନଗୋବିନ୍ଦ ପଦରେ ଆନନ୍ଦ
ପଢ଼ିବା କହିବା ଭାଷା
ମୋ ବଂଶ ଉନ୍ନତି ମୋ ଜାତି ପ୍ରଗତି
ପବିତ୍ର ମୋ ମାତୃଭାଷା।

(ମାନଗୋବିନ୍ଦ ସ୍ବାଇଁ)

ମାଲକାନଗିରି

Leave a Reply

Your email address will not be published. Required fields are marked *