ଶ୍ରୀଶ୍ରୀ ମହାବିଷ୍ଟୁ ଗୀତା ମହାଯଜ୍ଞ।

ଚଣ୍ଡିଖୋଲ, ୨୯/୩(କ ବ୍ୟୁ)ବଡଚଣା ବ୍ଲକ୍ ଅନ୍ତର୍ଗତ ଶାଳପଡା ସ୍ଥିତ କୁଷପଦା ଠାରେ ଗାୟତ୍ରୀଶ୍ୱର ଯଜ୍ଞ ପରିଚାଳନା କମିଟି ଆନୁକୂଲ୍ୟରେ ତିନିଦିନ ବ୍ୟାପି ୫୫ତମ ଶ୍ରୀଶ୍ରୀ ମହା ବିଷ୍ଣୁ ଗୀତା ମହାଯଜ୍ଞ ଅନୁଷ୍ଟିତ ହୋଇଯାଉଛି। ଅଙ୍କୁରା ରୋପଣ, କଳସ ଶୋଭାଯାତ୍ରା, ଅଗ୍ନି ସ୍ଥାପନ, ଗୋପୁଜା, ସୂର୍ଯ୍ୟ ପୂଜା, ବିଷ୍ଣୁ ସହସ୍ର ନାମ, ଯଜ୍ଞାଦି ବ୍ରାହ୍ମଣ ମାନଙ୍କ ଦ୍ଵାରା ଯଥାବିଧି ପୂଜାର୍ଚ୍ଚନା କରାଯାଇ ଥିଲା। ପ୍ରତ୍ୟେହ ସନ୍ଧ୍ୟାରେ ଭଜନ, କୀର୍ତ୍ତନ, ପ୍ରବଚନ ଆଦି ପରିବେଷଣ ସହିତ ବାବାଜୀ ବିଶ୍ଵନାଥ ଦାଶ ମହାରାଜ, ଦର୍ଶନ ବିଦ୍ୟାର୍ଥୀ ଯଚିନ୍ଦ୍ର ମହାରାଜ।ଦ୍ବାରା ପ୍ରବଚନ ଓ ଦୃଷ୍ଟିହୀନ କଳାକାର ମାନଙ୍କ ଦ୍ବାରା ଭଜନ କୀର୍ତ୍ତନ ପରିବେଷଣ ହୋଇଥଲା। ପ୍ରତ୍ୟେହ ଆଖ ପାଖ ଅଞ୍ଚଳରୁ ଶହ ଶହ ଶ୍ରଦ୍ଧାଳୁ ବିଭୁ କୃପା ଲାଭ କରିବା ସହିତ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିଥଲେ।

Leave a Reply

Your email address will not be published. Required fields are marked *