
ପାଳଲହଡ଼ା ତାରିଖ: ୨୮/୦୩/୨୦୨୬
ପାଳଲହଡ଼ା – ମଶାଲ ଶୋଭାଯାତ୍ରା ଆଜି ସକାଳ ୯ ଟା ସମୟରେ ପାଳଲହଡ଼ା ସ୍ଥିତ ବଳଦେବ ଜୀଉ ମନ୍ଦିରରୁ ଶୁଭାରମ୍ଭ ହୋଇଛି।ଏହି ଶୋଭାଯାତ୍ରାର ନେତୃତ୍ୱ ବିଧାୟକ ଶ୍ରୀ ଅଶୋକ ମହାନ୍ତି ଏବଂ ଉପ-ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର କୁମାର ପଟେଲ୍, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ନିଶାନ ମିଶ୍ର, ତହସିଲଦାର ସୁଶ୍ରୀ ଆକାଂକ୍ଷା ମହାପାତ୍ର, ଡେପୁଟି କଲେକ୍ଟର ସୁଶ୍ରୀ ବିଦ୍ୟୁସ୍ମିତା ସାହୁ ଏବଂ ସୁଶ୍ରୀ ସୌମ୍ୟା ଶ୍ରୀ ପରିଡ଼ା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଶୋଭିତ କୁମାର ବିଶି, ବିଧାୟକ ପ୍ରତିନିଧି ଶ୍ରୀ ତନ୍ମୟ ସାହୁ, ସାଂସଦ ପ୍ରତିନିଧି ଶ୍ରୀ ଲିଙ୍ଗରାଜ ଦାସ ଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରାରେ ପରିଲକ୍ଷିତ ହୋଇଥିଲା।ଏହି ଶୋଭାଯାତ୍ରା ସମୟରେ ବିଭିନ୍ନ ସାଂସ୍କୃତିକ ଦଳ ଦ୍ୱାରା ନୃତ୍ୟ ପରିବେଷଣ କରି ଏକ ଭାବମୟ ପରିବେଶର ସୃଷ୍ଟି ହେଇଥିଲା। ଶୋଭାଯାତ୍ରାଟି କୁଣ୍ଢେଇବୀରା ମା’ଙ୍କୁ ଦର୍ଶନ କରିବା ପାଇଁ ଆୟୋଜିତ ହୋଇଥିଲା। ବହୁ ସଂଖ୍ୟକ ଜନସାଧାରଣ ଏଥିରେ ସାମିଲ ହୋଇ ଏକ ବିଶାଳ ସମାବେଶ ଗଠିତ କରିଥିଲେ। ଶୋଭାଯାତ୍ରାଟି ପାଳଲହଡ଼ା ଷ୍ଟାଡିୟମରେ ୧୧:୩୦ଟା ସମୟରେ ପହଞ୍ଚିଥିଲା, ଯେଉଁଠାରେ କାର୍ଯ୍ୟକ୍ରମର ସମାପନ ହୋଇଥିଲା। ଏହି କାର୍ଯ୍ୟକ୍ରମର ସଫଳ ସମ୍ପାଦନ ପାଇଁ ସମସ୍ତ ଅଧିକାରୀ ଏବଂ ଜନସାଧାରଣଙ୍କୁ ନିମନ୍ତ୍ରଣ କରାଯାଇଥିଲା।