ପାଳଲହଡ଼ା ମହୋତ୍ସବ୍-୨୦୨୬ ପାଇଁ ମଶାଲ ଶୋଭା ଯାତ୍ରା

ପାଳଲହଡ଼ା : ପାଳଲହଡ଼ା ମହୋତ୍ସବ୍-୨୦୨୬ ପାଇଁ ମଶାଲ ଶୋଭା ଯାତ୍ରା ୭ଟି ପୀଠରୁ ଆରମ୍ଭ ହୋଇଛି। ଏହି ଯାତ୍ରା ୨୭.୦୩.୨୦୨୬ ସକାଳେ ୬ଟା ୩୦ ମିନିଟରେ ଆରମ୍ଭ ହୋଇଥିଲା। ଯାତ୍ରାର ଆରମ୍ଭ ସ୍ଥାନ ହେଉଛି- ଗିରିଶ୍ୱର ମହାଦେବ ମନ୍ଦିର୍, ଖୁଲୁଡ଼ି; ପବିତ୍ରପୁର ଶିବ ମନ୍ଦିର୍, ପବିତ୍ରପୁର; ମଗରମୁହାଣ ଶିବ ମନ୍ଦିର୍, ରୋହିଲା; ରାଜଦଙ୍ଗ ଶିବ ମନ୍ଦିର୍, ରାଜଦଙ୍ଗ; ନାଗେଶ୍ୱର ମନ୍ଦିର୍, ଈଶ୍ୱରନଗର, ସମଲ; ମା କନକେଶ୍ୱରୀ ଶକ୍ତି ପୀଠ, ସରଧାପୁର ଏବଂ ରାମେଶ୍ୱରମ ଶିବ ମନ୍ଦିର୍, ଡେନାଲି, । ଏହି ମଶାଲ ଶୋଭା ଯାତ୍ରାରେ ବ୍ୟାପକ ସଂଖ୍ୟକ ଜନସାଧାରଣ ଅଂଶଗ୍ରହଣ କରିଥିଲେ। ସମସ୍ତ ମଶାଲ ଶୋଭା ଯାତ୍ରା ପଲାଲହଡ଼ାର ଶ୍ରୀ ବଳଦେବ ଜୀଉ ମନ୍ଦିରରେ ଏକତ୍ରିତ ହୋଇ ପାଳଲହଡ଼ା ଷ୍ଟାଡିୟମ୍‌କୁ ୨୮.୦୩.୨୦୨୬ ସକାଳେ ଯାଇ ମହୋତ୍ସବର ଆନୁଷ୍ଠାନିକ ଉଦ୍ଘାଟନ କରାଯିବ। ଏହି ମଶାଲ ଶୋଭା ଯାତ୍ରାରେ ଶ୍ରୀ ଅଶୋକ ମହାନ୍ତି, ବିଧାୟକ ପାଳଲହଡ଼ା ନିର୍ବାଚନ ମଣ୍ଡଳୀ, ଶ୍ରୀମତୀ ରୀନାରାଣୀ ନାଏକ ପଲାଲହଡ଼ା ପଂଚାୟତ ସମିତି ଅଧ୍ୟକ୍ଷା, ଉପଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର କୁମାର ପଟେଲ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ନିଶାନ ମିଶ୍ର, ତହସିଲଦାର ସୁଶ୍ରୀ ଆକାଂକ୍ଷା ମହାପାତ୍ର, ଡେପ୍ୟୁଟି କଲେକ୍ଟର୍ ସୁଶ୍ରୀ ବିଦ୍ୟୁସ୍ମିତା ସାହୁ, ସୁଶ୍ରୀ ସୌମ୍ୟ ଶ୍ରୀ ପରିଡା , ସହକାରୀ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ଜେନା ଓ ଶ୍ରୀ ଗିରିଶ ଚନ୍ଦ୍ର ସିଂହ, ସି.ଡି.ପି.ଓ. ଶ୍ରୀମତୀ ବିଜୟଲକ୍ଷ୍ମୀ ମହାନ୍ତ ଆଦି ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *