“ଉଦଳା ଓକିଲ ସଂଘର ନିର୍ବାଚନ ଫଳାଫଳ ଲମ୍ବୋଦର ସଭାପତି ଏବଂ ବସନ୍ତ ସମ୍ପାଦକ”

ବାରିପଦା/ଉଦଳା(କ:ବ୍ଯୁ) ତା୨୮/୦୩/୨୦୨୬
ରାଜ୍ୟ ଆଇନଜୀବୀ ପରିଷଦର ବିଜ୍ଞପ୍ତି ଅନୁଯାୟୀ ସାରା ରାଜ୍ୟରେ ଗୋଟିଏ ଦିନରେ ସମସ୍ତ ଓକିଲ ସଂଘ ଗୁଡ଼ିକର କର୍ମକର୍ତ୍ତା ନିର୍ବାଚନ ୨୦୨୬-୨୭ ବର୍ଷ ପାଇଁ ଅନୁଷ୍ଠିତ ହୋଇଯାଇଥିବା ବେଳେ ଚଳିତ ବର୍ଷ ନିର୍ବାଚନରେ ଉଦଳା ଓକିଲ ସଂଘର ବିଭିନ୍ନ ପଦ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା ନହୋଇ ସମସ୍ତ ପ୍ରାର୍ଥୀ ମାନେ ବିନା ପ୍ରତିଦ୍ବନ୍ଦିତାରେ ନିର୍ବାଚିତ ହୋଇଛନ୍ତି ବୋଲି ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜୀବୀ ଅରୁଣ କୁମାର ବାରିକ ପ୍ରକାଶ କରିଛନ୍ତି ।ନିର୍ବାଚିତ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ସଭାପତି ଲମ୍ୱୋଦର ବେହେରା ,ଉପ ସଭାପତି ମନୋଜ କୁମାର ଦାସ,ସମ୍ପାଦକ ବସନ୍ତ କୁମାର ପରିଡ଼ା ,ସହ ସମ୍ପାଦକ ରବୀନ୍ଦ୍ର କୁମାର ଜେନା ଏବଂ କୋଷାଦକ୍ଷ ପ୍ରତିମା ସାହୁ ନିର୍ବାଚିତ ହୋଇଛନ୍ତି। ଏତତବ୍ୟତୀତ ଦିଲ୍ଲୀପ କୁମାର ପରିଡ଼ା ,ରବୀନ୍ଦ୍ର ନାଥ ସାହୁ,ଦିଲ୍ଲୀପ କୁମାର ବସ୍କେ ,ପ୍ରଜ୍ଞା ପରମିତା ପୁଥାଳ ୪ ଜଣ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବରେ ନିର୍ବାଚିତ ହୋଇଥିବାର ଜଣାପଡ଼ିଛି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *