“୪୭ତମ ମାନବ ଧର୍ମ ସମ୍ମିଳନୀ ଅପ୍ରେଲ ପହିଲାରେ୪ଜଣଙ୍କୁ ଦିଆଯିବ ‘ସେବକଶ୍ରୀ’ ସମ୍ମାନ”

ବାରିପଦା(କ:ବ୍ଯୁ)ତା୨୭/୦୩/୨୦୨୬ ସଦ୍‌ଭାବନା ସମିତି, ବାରିପଦା ପକ୍ଷରୁ ଆସନ୍ତା ଅପ୍ରେଲ ୧ତାରିଖ ବୁଧବାର ଅପରାହ୍ନ ୫ ଘଟିକାରେ ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷରେ ୪୭ତମ ମାନବ ଧର୍ମ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି।
ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସଏ, ବିଶିଷ୍ଟ ଅତିଥି ଭାବେ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଏବଂ ସ୍ୱତନ୍ତ୍ର ଅତିଥି ଭାବେ ମହାରାଣୀ ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ, ସମ୍ମାନୀତ ଅତିଥି ଭାବେ ପୂର୍ବତନ ସାଂସଦ ବୀରଭଦ୍ର ସିଂ ଉପସ୍ଥିତ ରହିବାକୁ ସମ୍ମତି ଦେଇଛନ୍ତି। ସେହିପରି ମୁଖ୍ୟବକ୍ତା ଭାବେ ଆର୍ଯ୍ୟସମାଜର ଆଚାର୍ଯ୍ୟଦେବ ବିଜୟଜୀ ଯୋଗଦେବେ । ସଦ୍‌ଭାବନା ସମିତିର ପ୍ରତିଷ୍ଠାତା ଧର୍ମରତ୍ନ ପୂର୍ଣ୍ଣଚନ୍ଦ୍ର ବୁଗୁଡେଇଙ୍କ ସଂଯୋଜନାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସମିତିର କାର୍ଯ୍ୟକାରୀ ସଭାପତି ନେତ୍ରାନନ୍ଦ ମଲ୍ଲିକ ପୌରହିତ୍ୟ କରିବେ । କାର୍ଯ୍ୟକ୍ରମ ଶେଷରେ ଜିଲ୍ଲାର ଶ୍ରେଷ୍ଠ ପୁଲିସ୍ କନେଷ୍ଟବଳ ଭାବେ ପରମାନନ୍ଦ ମହାନ୍ତ, ଶ୍ରେଷ୍ଠ ଆଗ୍ନିକ ଭାବେ ପ୍ରଭାସ କୁମାର ଜେନା, ଶ୍ରେଷ୍ଠ ନର୍ସିଂ ଅଫିସର ଭାବେ ପିଆରଏମ ମେଡିକାଲର ଦେବାଶିଷ ବେହେରା ଓ ପୌରପରିଷଦର ଶ୍ରେଷ୍ଠ ସଫେଇ କର୍ମଚାରୀ ଭାବେ ହରେନ୍ଦ୍ର ମୁଖିଙ୍କୁ ପରମ୍ପରା ଅନୁସାରେ ‘ସେବକଶ୍ରୀ’ ଉପାଧି ପ୍ରଦାନ କରାଯିବ। ଏହା ସହ ଜିଲ୍ଲାର ବିଭିନ୍ନ ଆଧ୍ୟାତ୍ମିକ ସଂଗଠନ ଯଥା; ବିବେକାନନ୍ଦ କେନ୍ଦ୍ର, ସତ୍ୟସାଇ ସେବା ସଙ୍ଗଠନ, ପ୍ରଜାପିତା ବ୍ରହ୍ମା କୁମାରୀ, ଅନୁକୁଳଚନ୍ଦ୍ର, ଗାୟତ୍ରୀ ପରିବାର, ଶିବାନନ୍ଦ, ଖାଲସା ପନ୍ଥ, ଇସ୍‌ଲାମ୍ ଶାଖା ଆଦିଙ୍କୁ ଅଭ୍ୟର୍ଥନା ଜଣାଯିବ। ସଦ୍‌ଭାବନା ସମିତିର ପରିବାର ସମସ୍ତ ଧର୍ମପ୍ରାଣ ନାଗରିକ, ସମାଜସେବୀ ଓ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱଙ୍କୁ ଏହି ସମ୍ମିଳନୀରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଅନୁରୋଧ କରିଛି। ଏହି ଅନୁଷ୍ଠାନ ଜିଲ୍ଲାରେ ଧର୍ମୀୟ ସଦ୍‌ଭାବନା ଓ ସମ୍ପ୍ରତିର ବାତାବରଣ ସୃଷ୍ଟି କରିବାରେ ଦୀର୍ଘଦିନ ଧରି ପ୍ରୟାସ ଜାରିରଖିଛି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *