
ଵଡଚଣା/ଚଣ୍ଡିଖୋଲ ତା ୨୧/୩( କ ବ୍ୟୁ ) : ବଡଚଣା ବ୍ଲକ ଅନ୍ତର୍ଗତ ବାରୁଣାବନ୍ତ ପର୍ବତର ମଧ୍ଯ ସ୍ଥଳରେ ମା’ ଚଣ୍ଡୀଙ୍କ ମନ୍ଦିର ଅବସ୍ଥିତ। ଏହି ମନ୍ଦିର ରେ ପ୍ରତ୍ୟେକ ଦିନ ଓ ବିଭିନ୍ନ ପୁଜା ଉତ୍ସବ ଓ ନୀତିକାନ୍ତି ମହାସମାରୋହରେ ପାଳିତ ହୋଇ ଆସୁଅଛି। ଚଳିତ ଚ୍ୟେତ୍ର ମାସ ରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଙ୍କ ଜନ୍ମ ଜୟନ୍ତୀ ଉତ୍ସବ ରାମନବମୀ ତିଥିରେ ପାଳନ କରାଯାଏ। ଗତ ୧୯ତାରିଖରୁ ୨୭ତାରିଖ ପର୍ଯ୍ୟନ୍ତ ନବରାତ୍ରୀ ପୁଜା ଉତ୍ସବ ୯ଦିନ ଧରି ଏହି ମାଙ୍କ ମନ୍ଦିରରେ ପାଳନ କରାଯାଏ, ଆଜି ତୃତୀୟ ଦିନ ନବରାତ୍ରୀ ପୁଜା ରେ ମା ଚଣ୍ଡୀଙ୍କ ନିକଟରେ ପଣ୍ଡିତ୍ ସନ୍ତୋଷ କୁମାର ପାଢୀ, ଶିବ ପ୍ରସାଦ ପଣ୍ଡା,ସମେଟ ଅନ୍ୟ ପଣ୍ଡିତ ମାନଂକ ଦ୍ଵାରା ପୂଜାର୍ଚ୍ଚନା ହୋଇଯାଇଛି, ଏହି ପୂଜାରେ ୯ଦିନ ବ୍ୟାପି ମା ଙ୍କର ନବ ଦୁର୍ଗା ବେଶ୍ ଅନୁଷ୍ଟିତସୋଇଥିଲା। ମା ଶ୍ୟେଲପୁତ୍ରି ଦେବୀ,ବ୍ରହ୍ମଚାରିଣୀ, ଚନ୍ଦ୍ର ଘଣ୍ଟା, ଉଷ୍ମଣ୍ଡା, ପଞ୍ଚମ୍ ସ୍କନ୍ଦ ମାତା କାତ୍ୟାୟନୀ, କାଳରାତ୍ରୀ, ମହାଗୋରୀ, ସିଦ୍ଧଦାତ୍ରୀ ରୁପରେ ପୂଜାର୍ଚ୍ଚନା କରାଯାଇ ମା ଙ୍କ ଆଶୀର୍ବାଦ ଭିକ୍ଷା କରାଯାଏ, ଶେଷ ନବମୀ ଦିନ ନବକନ୍ୟା ପୂଜା କରାଯାଏ, ଏହି ଉତ୍ସବ ରେ ଟ୍ରଷ୍ଟି ର ବ୍ରଜ କିଶୋର ଜେନା ଦାଇତ୍ୱ ବହନ କରି ଯଜ୍ଞ କୁଣ୍ଡରେ ମନ୍ତ୍ର ଅନୁସାରେ ଘୃତ ଆହୁତି ପ୍ରଦାନ କରିଥାନ୍ତି, ଅନ୍ୟ ମାନଂକ ମଧ୍ୟରେ ଟ୍ରଷ୍ଟି ର ସଭ୍ୟ ତଥା ଶିଳ୍ପପତି ଶେଷଦେବ ନାୟକ, ଶିଳ୍ପପତି ଦିଲ୍ଲିପ କୁମାର ଚୌଧୁରୀ, ସତ୍ୟବାନ୍ ନାୟକ, ସାମ୍ବାଦିକ ଶିବରାମ ସାହୁ, ନରେନ୍ଦ୍ର ମିଶ୍ର, ଅନନ୍ତ ବେହେରା, ଅକ୍ଷୟ ସ୍ବାଇଁ ସମେତ ଅନ୍ୟ ଶ୍ରଦ୍ଧାଳୁ ମାନେ ସମ୍ପୂର୍ଣ୍ଣ ସହଯୋଗ କରି ଏହି ନବରାତ୍ରୀ ପୂଜା ଉତ୍ସବକୁ ପରିଚାଳନା କରିଥିଲେ। ଏହି ଉତ୍ସବ ରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ, ଭକ୍ତମାନେଯୋଗା ଦେଇ ମା ଚଣ୍ଡି ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।