ବାଇକକୁ ପିଟିଲା ଟ୍ରକ, ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର     

ବଡ଼ଚଣା/ଚଣ୍ଡିଖୋଲ ୨୧/୩ (କ ବ୍ୟୁ ): ଆଜି ସକାଳ ୮ଟା ସମୟରେ ନିଜ ସାନ ଭଉଣୀ ଘରୁ  ଫେରୁଥିବା ବେଳେ ଜାତୀୟ ରାଜପଥ ବଡ଼ଚଣା ଓଭର ବ୍ରିଜ ଉପରେ ଟ୍ରକ ଧକ୍କାରେ ସ୍ତ୍ରୀ ର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଜଣାଯାଇଛି l ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବଡ଼ଚଣା ଓଭର ବ୍ରିଜ ଉପରେ କଟକ ଜିଲା ସାଲେପୁର ଥାନା ଅଧିନସ୍ଥ ବାସୁଦେବପୁର ଗାଁର ସୌଦାମିନୀ  ବେହେରା ଓ ତାଙ୍କ ସ୍ବାମୀ ରମେଶ ଚନ୍ଦ୍ର ବେହେରା ନିଜ ବାଇକରେ ନିଜ ସାନ ଭଉଣୀ ଘର ସିଦ୍ଧିପୁର ରୁ ଜାତୀୟ ରାଜପଥରେ ବାଇକ ଯୋଗେ ନିଜ ଘରକୁ  ଫେରୁ ଥିବା  ସମୟରେ  ବଡ଼ଚଣା ଓଭର ବିର୍ଜି ଉପରେ ଯାଉଥିବା ସମୟରେ ଏକ ୧୪ ଚକିଆ ଟ୍ରକ ସ୍ୱାମୀ ସ୍ତ୍ରୀଙ୍କୁ ଧକ୍କା ଦେଇଥିଲା l ଫଳରେ ସ୍ତ୍ରୀ ସୌଦାମିନୀ ବେହେରା(୫୧) ତଳେ ପଡିଯାଇଥିଲେ l ଟ୍ରକ ଟି ତାଙ୍କ ଉପରେ ଚଢିଯାଇଥିଲା l ଖବର ପାଇ ବଡ଼ଚଣା ପୁଲିସ ଘଟଣାସ୍ଥଳରେ ପହଂଚି ସୌଦାମୀନୀ ଓ ତାଙ୍କ ସ୍ୱାମୀ ରମେଶ ଚନ୍ଦ୍ର ବେହେରା ଙ୍କୁ ବଡ଼ଚଣା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ଏବଂ ସେଠାରେ ଡାକ୍ତର ସୌଦାମୀନୀଙ୍କୁ ମୃତ ଘୋଷଣା କରିଥିଲା l ପରେ ପୁଲିସ ଦୃଘଟଣା ସ୍ଥଳ କୁ ଯାଇ ବାଇକ ଓ ଟ୍ରକକୁ ଜବତ କରିବା ସହିତ ଉତ୍ତରପ୍ରଦେଶର ଟ୍ରକ ଚାଳକ ସୁରେନ୍ଦ୍ର କୁମାରକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଲାଉଛି l ମୃତଦେହ ବ୍ୟବଚ୍ଛେଦ କରିବା ପରେ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି । ମୃତ ସୌଦାମିନୀ ଙ୍କ ଶବ ଗ୍ରାମରେ ପହଞ୍ଚିଲା ପରେ ଏକ ଶୋକ ର ପରିବେଶ ସୃଷ୍ଟି ହୋଇ ଥିଲା। ଏକମାତ୍ର ପୁଅ ସ୍ମୃତି ସ୍ମାରକ ମୂଖାଗ୍ନି ଦେଇଥିଲେ।

Leave a Reply

Your email address will not be published. Required fields are marked *