ଯୁବକର ମୃତଦେହ ଉଦ୍ଧାର

ଵଡଚଣା ,୨୧/୩   ( କ ବ୍ୟୁ ) : ବଡ଼ଚଣା ଥାନା ଅଧିନସ୍ଥ ଚଣ୍ଡିତଳ ଜଙ୍ଗଲରେ ଆଜି ସକାଳୁ ଜଣେ ଯୁବକର ମୃତ ଦେହ ପଡିଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ,।

 ଖବର ପାଇ ବଡଚଣା ଥାନାଧିକାରୀ ଜଗଦୀଶ କର ସଦଳ ବଳେ ଘଟଣାସ୍ଥଳରେ ପହଂଚିବା ପରେ ଯୁବକର ପରିଚୟ ମିଳିଥିଲା l ମୃତ ଯୁବକ ହେଲେ ବଡଚଣା ଥାନା ଅନ୍ତର୍ଗତ ଖଇରା ପଂଚାୟତ ନୂଆଶାସନ ଗାଁର ନକୁଳ ଦାସଙ୍କ ପୁଅ କାହ୍ନୁଚରଣ ଦାସ(୨୬) l ଗତକାଲି ସକାଳ ସମୟରୁ ସେ କେଉଁଆଡେ ପଳାଇଥିଲେ ଏବଂ ପରିବାର ଲୋକେ ଖୋଜାଖୋଜି କରିବା ପରେ ଆଜି ସକାଳେ ଯୁବକର ମୃତ ଦେହ ଚଣ୍ଡିତକ ଜଙ୍ଗଲରେ ପଡିଥିବା ପୁଲିସ ଦେଖିଥିଲା l ମୃତ କାଁହୁଙ୍କ ଭାଇ ଲିଖିତ ଅଭିଯୋଗ କରିବା ପରେ ମୃତଦେହ ଜବତକରି ଥିଲା ଏବଂ ମୃତକ ନିଜ ହାତକୁ କୌଣସି ଅସ୍ତ୍ରରେ କାଟିଦେଇଥିବା ଦେଖିବାକୁ ମିଳିଥିଲା l ପୁଲିସ ଏକ ଅପମୃତ ମାମଲା ୠଜୁ କରି ମୃତଦେହ ବ୍ୟବଚ୍ଛେଦ କରିବା ପରେ ପରିବାରଙ୍କୁ ହସ୍ତାନ୍ତର କରିଥିଲା l

Leave a Reply

Your email address will not be published. Required fields are marked *