ଆଦିବାସୀ ମାନଙ୍କ ପରିଚୟ ହେଉଛି ଜମି, ଆମ୍ଭେ ମରିବୁ ପଛେ ଆମ ଜମି ଛାଡ଼ିବୁ ନାହିଁ ବୋଲି ଚରମ ବାଣି ଶୁଣାଇଛନ୍ତି ଆଦିବାସୀ

ରାଜଗାଙ୍ଗପୁର :- (କ ବ୍ୟୁ) ୨୫/୦୨/୨୦୨୬ – ଆଜି ରାଜଗାଙ୍ଗପୁର ସୁମିତ୍ରା ମେରେଜ ପ୍ୟାଲେସ ରେ ଫୋରମ୍ ଫୋର୍ ଗ୍ରାମସଭାର ସଭାପତି ବିଭୋଲ ଟପ୍ପୋଙ୍କ ସଭାପତିତ୍ଵରେ ଏକ ପ୍ରେସ କନଫରେନ୍ସ ମାଧ୍ୟମରେ ଲାଞ୍ଜିବେରଣା ଗ୍ରାମରେ ଚାଲିଥିବା ବେନିୟମ ଜମି ଅଧିଗ୍ରହଣ ବିଷୟରେ ସାମ୍ବାଦିକ ସମ୍ମିଳନୀରେ କେତେକ ତଥ୍ୟ ରଖିଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ ସରପଞ୍ଚ ବିନୟ ଭୁଷଣ ବାର୍ଲା, ଅଜିତ୍ ଏକ୍କା ଅଲଣ୍ଡା ,ଲଲିତ ଲାକ୍ରା ଝଗରପୁର , ଅଲଣ୍ଡା ସମିତି ସଭ୍ୟ ମହିମା ଟପ୍ପୋ ,ଲାଞ୍ଜିବେରଣା ଗ୍ରାମର ବରିଷ୍ଠ ନାଗରିକ ତଥା ୧୦ ଏକର ୫ ଡେସିମିଲି ଜମି ଜାଗା ହରାଉଥିବା ମିଖେଲ ଡୁଙ୍ଗଡୁଙ୍ଗ ସହିତ ଅନେକ ଗ୍ରାମବାସୀ ଉପସ୍ଥିତ ରହି ନିଜ ପିଡା ବଖାଣି କହିଛନ୍ତି ଯେ, ଗତ୍ ତା:୨୫-୦୨-୨୦୨୬ ପ୍ରଶାସନିକ କଳ ସାହାଯ୍ୟରେ ଡାଲମିଆ ସିମେଣ୍ଟ କମ୍ପାନୀ ପୁଣି ରାତି ୪ଟାରେ ଅବୈଧ ଜମି ଅଧିଗ୍ରହଣ କରିବାକୁ ଚେଷ୍ଟା ଚଲାଉଥିବା ବେଳେ ଲାଞ୍ଜିବେରଣା ଗ୍ରାମବାସୀ ଏବଂ ଜମି ମାଲିକମାନେ ବିରୋଧ କରି ଜମି ଲିଜ ,ଖଣି ଖନନ, ଗ୍ରାମସଭାର ସହମତି ପତ୍ର ଓ M Form,J Form , ଦସ୍ତାବିଜ ଦେଖାଇବାକୁ ଦାବି କରିବାରୁ ଏବଂ ଏହି ଜମି ଅଧିଗ୍ରହଣକୁ ନେଇ ଉଚ୍ଚତମ ନ୍ୟାୟାଳୟରେ ମକଦ୍ଦମା ଚାଲିଥିବାର କହିବାରୁ ୧୪ ଜଣ କୁ ପୋଲିସ ନିଜ ହେପାଜତକୁ ନେଇ ପଳାଇ ଥିଲା ଏବଂ ଉପସ୍ଥିତ ଅନ୍ୟ ମାନଙ୍କ ଉପରେ ବଳ ପ୍ରୟୋଗ କରି ଲୋକଙ୍କୁ ଘଉଡ଼ାଇଥିଲା। ପରେ ଗ୍ରାମବାସୀ ଓ ଜମି ମାଲିକ ମାନେ ଧାରଣା ପ୍ରଦର୍ଶନ କରୁଥିବା ବେଳେ ସନ୍ଧ୍ୟା ୫ ଘଟିକାରେ ସ୍ଥାନୀୟ ବିଧାୟକ ଡାକ୍ତର ସି ଏସ ରାଜେନ ଏକ୍କା ମହୋଦୟ ଆସି ପ୍ରଶାସନ ସହିତ ଆଲୋଚନା କରି କାମ ବନ୍ଦ କରିବାକୁ କହିବା ସତ୍ବେ କାମ ବନ୍ଦ ନକରିବାରୁ ଜମି ମାଲିକ ଓ ଗ୍ରାମବାସୀ ଘୋଷଣା କଲୁ ଯେ, ଆସନ୍ତା କାଲି ପର୍ଯ୍ୟନ୍ତ ପ୍ରଶାସନ ଆମକୁ ବୈଧ ଦସ୍ତାବିଜ ନ ଦେଖାଇଲେ କାଲି ଆମ୍ଭେ ଆମ ଜମି ଦଖଲକୁ ନେବୁ। ଆମ ଘୋଷଣା ମୁତାବକ ଆର ଦିନ ତା: ୨୬-୦୨-୨୦୨୬ ଦିନ ଆମ୍ଭେ ଆମର ଦାବି ପୁଣି ବାରମ୍ବାର ଦୋହରାଇବା ସତ୍ବେ ପ୍ରଶାସନ ପକ୍ଷରୁ ଦସ୍ତାବିଜ ନ ଦେଖାଇବାରୁ ଆମ୍ଭେ ପ୍ରଶାସନ ଉପସ୍ଥିତିରେ ଆମ ଜମିକୁ ଦଖଲକୁ ନେଇଥିଲୁ।
କିନ୍ତୁ ଆଜି ପୁଣି ପ୍ରଶାସନ ସହଯୋଗରେ କମ୍ପାନୀ ଜମି ଅଧିଗ୍ରହଣ କରିବାର ପ୍ରୟାସ କରିବାରୁ ଆମ୍ଭେ ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପୁଣିଥରେ ଗୁହାରି କରୁଅଛୁ କି ଯେ, ଆଦିବାସୀ ମାନଙ୍କ ପରିଚୟ ହେଉଛି ଜମି, ଜମି ଥିଲେ ଆମ୍ଭେ ଓ ଆମ ଉତ୍ତରାଧିକାରୀ ମାନେ ଚାଷବାସ କରି ନିଜ ନିଜ ପରିବାରର ପ୍ରତିପୋଷଣ କରିପାରିବୁ । ତେଣୁ ଆମ୍ଭେ ଆମ ଜମି କୈ।ଣସି ମତେ ଛାଡିବୁ ନାହିଁ ବୋଲି ଚରମ ବାଣୀ ଶୁଣାଇଛନ୍ତି ଏବଂ ଯଦି ଶାସନ ପ୍ରଶାସନ ଡାଲମିଆ ସିମେଣ୍ଟ କମ୍ପାନୀ ପାଇଁ ଆମ ଜମି ଜୋରଜବରଦସ୍ତ ଛଡ଼ାଇବାକୁ ସ୍ଥିର କରିସାରିଛନ୍ତି ହେଲେ ଆମ୍ଭେ ପ୍ରଶାସନ କୁ ପୁଣି ଗୁହାରି କରୁଅଛୁ କି ଯେ, ପ୍ରଶାସନ ଦିନ ଓ ସମୟ ଧାର୍ଯ୍ୟକରି ଆମକୁ ଡାକନ୍ତୁ ଏବଂ ଜାଲିଆନାୱାଲାବାଗ ଓ ଆମକୋ ସିମକୋରେ କରାଯାଇଥିବା ଗୁଳିକାଣ୍ଡ ଭଳି ଗୁଳି କରି ଆମକୁ ମାରି ଦିଅନ୍ତୁ, ନଚେତ୍ ଆମ ଜମି ଗୁଡିକୁ ଜବରଦଖଲରୁ ମୁକ୍ତ କରନ୍ତୁ।

(ରାଜଗାଙ୍ଗପୁର ରୁ ଅବଦୁଲ ରଜାକ ଖାନ ଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *