“ଉଦଳା ଅରୋବିହାର ରେ ଦିବ୍ୟଜନନୀ ଶ୍ରୀମା ଙ୍କ ମାତୃନିଳୟ ପ୍ରତିଷ୍ଠା”

ବାରିପଦା-ଉଦଳା(କ:ବ୍ଯୁ)
ଅଦ୍ୟ ତା ୧୦.୧.୨୦୨୬ ରିଖ ଶନିବାର ଅରୋବିହାର ଉଦଳା ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ପରିସରରେ କରୁଣାମୟୀ ମାଆ (ଶ୍ରୀମା) ଙ୍କ ଉଦ୍ଦେଶ୍ୟରେ ଏକ ମାତୃ ନିଳୟ ପ୍ରତିଷ୍ଠା ଦୀର୍ଘ ଦିନର ସାଧକ ରାଖାଲ୍ ଚନ୍ଦ୍ର ମାହାନା ଙ୍କ କରକୋମଳରେ ହୋଇଯାଇଛି।ତାଙ୍କ ସାନ ଭାଇ ଭୂପାଳ ଚନ୍ଦ୍ର ମାହାନା ଶ୍ରୀ ଅରବିନ୍ଦ ଙ୍କ ପୂର୍ଣ୍ଣ ଯୋଗ ସମ୍ବନ୍ଧରେ ଉଦବୋଧନ ଦେଇଥିଲେ।କାଳୁପଡା ଘାଟ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ବାରିକ ଙ୍କ ସହ ଭୁବନେଶ୍ୱର ସ୍ଥିତ ମାତୃପ୍ରେମୀ କଳାକାଦ୍ ର ପ୍ରଭଞ୍ଜନ ମହାନ୍ତି ଏବଂ ବିଶିଷ୍ଟ ଇଞ୍ଜିନିୟର ତ୍ରିଲୋଚନ ସେଠୀ ଙ୍କ ସମେତ ବହୁ ବିଶିଷ୍ଟ ମାତୃପ୍ରେମୀ ସାଧକ ଯୋଗଦାନ କରିଥିଲେ।ଆଧ୍ୟାତ୍ମିକ ପରିକ୍ରମା ଉଦଳା ସହର ସହ ମେଣ୍ଢାଖାଇ, ନାଗପାଳ ମଧ୍ୟଦେଇ ବୁଲିଥିଲା।ମାତୃପାଦୁକା କୁ ପଥ ପ୍ରାନ୍ତର ଛକ ମାନଙ୍କରେ ସ୍ଥାନୀୟ ଜନସାଧାରଣ ମା, ମାଉସୀ, ଭଉଣୀ ଙ୍କ ସହ ପୁସ୍ପାର୍ଘ୍ୟ ପ୍ରଦାନ କରିଥିଲେ। ଶହ ଶହ ସଂଖ୍ୟାରେ ଜନସାଧାରଣ ଆଧ୍ୟାତ୍ମିକ ପରିକ୍ରମାରେ ଅଂଶ ଗ୍ରହଣ ପୂର୍ବକ ପ୍ରସାଦ ସେବନ କରିଥିଲେ।ଅରୋବିହାର ର ପ୍ରତିଷ୍ଠାତା, ସଭାପତି ପ୍ରାଧ୍ୟାପକ କୁମାର ତ୍ରିପାଠୀ, ଅବସର ପ୍ରାପ୍ତ ଅଧ୍ୟକ୍ଷ ଙ୍କ ପୌରହିତ୍ୟରେ ସମସ୍ତ କିଛି ପରିଚାଳିତ ହୋଇଥିଲା।ଅରୋବିହାର ର ସଦସ୍ୟ ତଥା ପୂର୍ବତନ ସମ୍ପାଦକ ଯଜ୍ଞ ନାରାୟଣ ମହାନ୍ତି ଭାରତର ଆଧ୍ୟାତ୍ମିକ ପତାକା ଉତ୍ତୋଳନ କରିଥିଲେ। ଅଧ୍ୟକ୍ଷ ପବିତ୍ର ମୋହନ ବେହେରା, ଲଳିତ କୁମାର ବେହେରା, ତିଳୋତ୍ତମା ମହାନ୍ତି, କୃଷ୍ଣ ଚୈତନ୍ୟ ସଦୁଆଳ ଙ୍କ ସମେତ ସମସ୍ତ ଅପା ଭାଇ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଆଧ୍ୟାତ୍ମିକ ସମ୍ମିଳନୀ କୁ ସଫଳ କରିଥିଲେ।ପରିଶେଷରେ ପ୍ରତିଷ୍ଠାତା କୁମାର ତ୍ରିପାଠୀ ଙ୍କ ଜନ୍ମ ଦିନ ପାଳନ କରାଯାଇ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ମା ଓ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରାଯାଇଥିଲା।ଉକ୍ତ ସମସ୍ତ କାର୍ଯ୍ୟକ୍ରମ ଉଦଳା ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରି ଜନ ସାଧାରଣ ଙ୍କ ପ୍ରିୟଭାଜନ ହୋଇପାରିଥିଲା।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *