
ଚଣ୍ଡିଖୋଲ,୪/୬(କ ବ୍ୟୁ) ଚଣ୍ଡିଖୋଲ ଛକ ଭୌଗୋଳିକ ଦୃଷ୍ଟି କୋଣରୁ ଓଡିଶାର ଏକ ପ୍ରତିଷ୍ଟିତ ସ୍ଥାନ। ଓଡ଼ିଶାର ବିଭିନ୍ନ ସ୍ଥାନରୁ ଏଠାକୁ ଦୈନିକ ଶହଶହ ଲୋକ ଯିବା ଆସିବା କରିଥାନ୍ତି।ଚଣ୍ଡିଖୋଲ ଛକରେ ଏକମାତ୍ର ଚଣ୍ଡିଖୋଲ କୋର୍ଟ ରେ ଦୈନିକ ଶହଶହ ବ୍ୟକ୍ତିଗତ ଆଇନ ସେବା ନେବାପାଇଁ କୋର୍ଟ ଆସୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ବରିଷ୍ଠ ଆଇନ ଯିବି ତଥା ପୂର୍ବତନ ବlର୍ ଆସୋସିଏସନ୍ତ ର ପୂର୍ବତନ ସଭାପତି ତଥା ଯାଜପୁର ଜିଲ୍ଳା ମଧ୍ୟସ୍ତତା କେନ୍ଦ୍ରର ସ୍ଥାୟୀ ସଭ୍ୟା ରେଣୁ ବାଳା ମହାନ୍ତି କୋର୍ଟ ପରିସରରେ ସୁସ୍ୱାଦୁ ଦହି ସରବତ ର ଜଳଛତ୍ର ଲୋକମାନଙ୍କୁ ଦେବା ଆରମ୍ଭ କରିଥିଲେ । ଦୀର୍ଘ ଏକ ମାସ ହେଲା ଏହି ଜଳଦାନ କେନ୍ଦ୍ରଟି ତୃଷାର୍ତ୍ତ ଜନସାଧାରଣ ଓ ମୁଦlଲା ଆଗନ୍ତୁକ ମାନଙ୍କ ତୃଷା ନିବାରଣ କରି ଆସୁଥିଲା । ପାଗରେ ପରିବର୍ତ୍ତନ ହେବା ସହିତ। ଗ୍ରୀଷ୍ମ ପ୍ରବାହ କମି ଥିବାରୁ ଆଜି ଜଳ ଛତ୍ର କେନ୍ଦ୍ରକୁ ଉଦଯାପନ କରା ଯାଇଛି । ଏହି ଉଦଯାପନ କାର୍ଯ୍ୟକ୍ରମ ରେ ଅନ୍ୟ ଆଇନ ଜିବି ମାନଙ୍କ ମଧ୍ୟରେ କୋର୍ଟ ବାର ଆସୋସିଏସନର ସଭାପତି ଦେବରାଜ ବେହେରା , ସରକାରୀ ଓକିଲ ବ୍ରଜ କିଶ୍ୱର ନାୟକ , ନଳିନୀ କାନ୍ତ ମିଶ୍ର , ,ଜନ ବେହେରା , ରୋଜାଲିନ୍ ସାହୁ , ଶକ୍ତି ପ୍ରସାଦ ମହାପାତ୍ର ,ଫାଲଗୁନି ବିଶ୍ୱାଳ, ପବିତ୍ର କର, ବାବାଜୀ ଚରଣ ସାମଲ ,ନିଶିକାନ୍ତ ମଲ୍ଲିକ, ସ୍ମୁତି ରେଖା ମହାନ୍ତି. ଦେବଯାନୀ ମିଶ୍ର , ସାଗରିକା ମଲ୍ଲିକ , ଡିପ୍ତିକlନ୍ତ ନାୟକ, କର୍ମକର୍ତ୍ତା କମଳା କାନ୍ତ ପାତ୍ର, ବିକ୍ରମ ରାଉତ, ପ୍ରଭାତ ବେହେରା ପ୍ରମୁଖ ଉପସ୍ଥିତ ରହି ଏହି ମହତ୍ କର୍ଯ୍ୟରେ ସହଯୋଗ କରିଥିଲେ ।