ପଞ୍ଚ ଦିବସୀୟ ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା

କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ରାୟଗଡ଼ ଦ୍ବାରା ଆୟୋଜିତ ପଞ୍ଚ ଦିବସୀୟ ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା- ୨୦୨୫ ର ଆଜି ଚତୁର୍ଥ ଦିବସରେ ମଞ୍ଚରେ ଉପସ୍ଥିତ ମୁଖ୍ୟ ଅତିଥି ନବୀନ ଚନ୍ଦ୍ର ନାୟକ ଅତିରିକ୍ତ ଜିଲ୍ଲପାଳ, ରାୟଗଡ଼ା ଙ୍କ କରକମଳରେ ପ୍ରଦୀପ ପ୍ରଜ୍ଜ୍ବଳନ ଓ ବେଦମନ୍ତ୍ର ପଠନ ପୂର୍ବକ ମଞ୍ଚାସୀନ ସମସ୍ତ ଅତିଥି ଓ ଅଧିକାରୀଙ୍କୁ ପୁଷ୍ପକୁଣ୍ଡ ଓ ବ୍ୟାଚ ପ୍ରଦାନ ପରେ ଶ୍ରୀ ସନ୍ତୋଷ କୁମାର ମିଶ୍ର, ନିର୍ବାହୀ ଯନ୍ତ୍ରୀ (କୃଷି) ରାୟଗଡ଼ ଙ୍କ ସଭାପତିତ୍ବ ରେ ମଞ୍ଚକାର୍ଯ୍ୟ ଆରମ୍ଭ କରାଯାଇଥିଲା ।
ସମ୍ମାନିତ ଅତିଥି ରୂପେ ଶ୍ରୀ ଚନ୍ଦ୍ରକାନ୍ତ ମାଝୀ,ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ,ମଣ୍ଟୁ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ସଭ୍ୟ , ପଦ୍ମପୁର, ଶ୍ରୀଯୁକ୍ତ ଶେଖ୍ ଏହେସାନ୍ ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ରାୟଗଡ଼ ରାୟଗଡ଼, ଡକ୍ଟର ଅଶୋକ କୁମାର ବେହେରା,ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ, ରାୟଗଡ଼, ଶ୍ରୀ ଧନଞ୍ଜୟ ମହାପାତ୍ର,ଡି ଆର୍ ସି ଏସ ରାୟଗଡ଼ ଶ୍ରୀ ଦିବ୍ୟସ୍ୱରୂପ ପଣ୍ଡା, କୃଷି ଜିଲ୍ଲା ଅଧିକାରୀ, ଗୁଣପୁର, ଶ୍ରୀ ପ୍ରକାଶ ଚନ୍ଦ୍ର ବେହେରା, କୃଷି ଜିଲ୍ଲା ଅଧିକାରୀ, ମୁନିଗୁଡ଼ା ଶ୍ରୀ ରାହୁଲ କୁମାର ନାୟକ, ଗୋଷ୍ଠୀ କୃଷି ଅଧିକାରୀ ବିଷମ କଟକ ଏବଂ ଶ୍ରୀଯୁକ୍ତ ସୁଜିତ୍ କୁମାର ପାଢୀ ,ଗୋଷ୍ଠୀ କୃଷି ଅଧିକାରୀ, କଲ୍ୟାସିଂହପୁର ଉପସ୍ଥିତ ରହି ବର୍ତ୍ତମାନ ଅବସ୍ଥା ରେ ଚାଷ କ୍ଷେତ୍ରରେ ଏବଂ ଚାଷୀ ର ଅମଳ ତଥା ଆୟକୁ ବହୁଗୁଣିତ କରିବାରେ କୃଷି ଯନ୍ତ୍ରପାତି ର ଆବଶ୍ୟକତା ପ୍ରତି ପରାମର୍ଶ ଦେଇଥିଲେ ତତ୍ସହିତ ମାଣ୍ଡିଆ ଚାଷୀ ମାନେ କେମିତି ମାଣ୍ଡିଆ କୁ ଉଚିତ ମୂଲ୍ୟ ରେ ମଣ୍ଡି ରେ ବିକ୍ରି କରିପାରିବେ ସେ ବିଷୟରେ ସୁଚାଇଥିଲେ।

      ବିଭାଗୀୟ ସମସ୍ତ ଚାଷ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପଦ୍ମପୁର ଓ କାଶୀପୁର ବ୍ଲକ୍‌ର  ୩ ଜଣ ଚାଷୀଙ୍କୁ ମାନପତ୍ର ଓ ମୋମେଣ୍ଟ ପ୍ରଦାନ କରି ସମ୍ମାନୀତ କରାଯାଇଥିଲା । ନୂତନ ଭାବେ କୃଷି ଯନ୍ତ୍ରପାତି କିଣିଥିବା ଚାଷୀଙ୍କୁ ମଞ୍ଚରେ ଚାବିକାଠି ପ୍ରଦାନ କରାଯାଇଥିଲା ।   କୃଷକ ପାଠଶାଳା ଆଲୋଚନା ଚକ୍ରରେ ଶ୍ରୀ ସନ୍ତୋଷ କୁମାର ମିଶ୍ର, ନିର୍ବାହୀ ଯନ୍ତ୍ରୀ (କୃଷି), ରାୟଗଡ଼ା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଓ ନୂତନ କୃଷି ଯନ୍ତ୍ରପାତି ର ବ୍ୟବହାର ବିଷୟରେ, ଶ୍ରୀ ଅଶୋକ କୁମାର ବେହେରା , ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ, ରାୟଗଡ଼ା ପ୍ରାଣୀ ରୋଗ ଏଵଂ ଚିକିତ୍ସା ବିଷୟରେ ଉପସ୍ଥିତ ଚାଷୀ ମାନଙ୍କୁ ଆଲୋକପାତ କରାଇଥିଲେ।   ଶ୍ରୀ ସୁଜିତ୍ କୁମାର ପାଢୀ ,ଗୋଷ୍ଠୀ କୃଷି ଅଧିକାରୀ, କଲ୍ୟାସିଂହପୁର  ମଞ୍ଚାସୀନ ସମସ୍ତ ଅତିଥି ଓ ଅଧିକାରୀଙ୍କୁ ମେଳାରେ ପରିଚାଳନା କରିଥିବା କୃଷି ପରିବାର, ପ୍ରଦଶିର୍ତ ସମସ୍ତ ଷ୍ଟଲର  କାର୍ଯ୍ୟକର୍ତ୍ତା, ସାମ୍ବାଦିକବନ୍ଧୁ, ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ସମସ୍ତ କଳାକାର, ଗୁଣୁପୁର ପୌରପରିଷଦ ର କାର୍ଯ୍ୟକର୍ତ୍ତା, ଅଗ୍ନିସମବାହିନୀ, ସୁରକ୍ଷାବାହିନୀ ଏବଂ କୃଷି ଜନ୍ତ୍ରପାତି ମେଳା ସହିତ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ଜଡ଼ିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ସମସ୍ତ ଅତିଥି ଓ ଅଧିକାରୀ ଚାଷୀ ମାନଙ୍କ ସହ  ଷ୍ଟଲ୍ ଗୁଡିକ ବୁଲି ଦେଖିଥିଲେ l 

          ଅପରାହ୍ନରେ ବିଭିନ୍ନ ଅନୁଷ୍ଠାନରୁ ଆସିଥିବା କଳାକାର ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସମସ୍ତଙ୍କ ମନ ମୋହିଥିଲା । ସୁଶ୍ରୀ ଭାଗ୍ୟଶ୍ରୀ ମଲ୍ଲିକ , ସହକାରୀ କୃଷି ଯନ୍ତ୍ରୀ, ରାମନାଗୁଡ଼ା ଓ ଶ୍ରୀ ନିରଞ୍ଜନ ନାୟକ ଏଓ, କାଶୀପୁର  ମଞ୍ଚକାର୍ଯ୍ୟ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *