
ବାରିପଦା /ଉଦଳା(କ:ବ୍ଯୁ)ତା.୦୪/୦୬/୨୦୨୬ ଉଦଳା ନିର୍ବାଚନ ମଣ୍ଡଳୀରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ଏହାର ବ୍ୟାପକ ପ୍ରଚାର ପ୍ରସାର ନିମନ୍ତେ ସହଯୋଗ କରିବା ପାଇଁ ଉପଖଣ୍ଡ ପ୍ରଶାସନ ତରଫରୁ ଉଦଳା ଅଟୋ ମାଲିକ ସଂଘକୁ ଅନୁରୋଧ କରାଯାଇଥିଲା । ପ୍ରଶାସନର ଅନୁରୋଧ ରକ୍ଷା କରି ଅଟୋ ମାଲିକ ସଂଘ ତରଫରୁ ପ୍ରାୟ ୬୦ ଗୋଟି ଅଟୋ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚାଇବା ପରେ ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ ଅଟୋରେ ପୋଷ୍ଟର ଲଗାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଏବଂ ତତ୍ପରେ ଅଟୋ ଗୁଡ଼ିକ ଉଦଳା ସହରରୁ ତାଙ୍କର ବିଭିିନ୍ନ ଗନ୍ତବ୍ୟ ସ୍ଥଳୀକୁ ବାହାରିଥିଲେ । ଅନୁରୂପ ଭାବେ ଉପଖଣ୍ଡ ପ୍ରଶାସନ ତରଫରୁ ଘରୋଇ ବସ ମାଲିକ ସଂଘଙ୍କୁ ମଧ୍ୟ ଏଥି ନିମନ୍ତେ ସହଯୋଗର ହାତ ବଢ଼ାଇବା ପାଇଁ ଅନୁରୋଧ କରାଯାଇଥିଲା । ବସ ମାଲିକ ସଂଘ ତରଫରୁ ମଧ୍ୟ ପ୍ରାୟ ୪୦ ଗୋଟି ବସରେ ପୋଷ୍ଟର ମାରିବା କାର୍ଯ୍ୟକ୍ରମ ଆସନ୍ତକାଲି ରଖା ଯାଇଛି ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଥିଲେ । ଡ଼େପୁଟି କଲେକ୍ଟର ପ୍ରତୀକ କୁମାର ପଣ୍ଡା ଏବଂ ସହକାରୀ ଜିଲ୍ଲାପାଳଙ୍କ ପ୍ରବୀଣ କୁମାର ମାଝୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରାଧାନ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ମୂରଲୀଧର ଚାନ୍ଦ ତଥା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମାନସ ନାୟକ, ରାଉତରାୟ ମୁର୍ମୁ, ସତ୍ୟପ୍ରକାଶ ପାତ୍ର, ଅନୁଭବ ରାଉତ, ଶ୍ରୀତମ ମହାନ୍ତି, ତାପସ ପ୍ରଧାନ, ତପୁରଞ୍ଜନ ପାତ୍ର, ଭବାନୀଶଙ୍କର ପଣ୍ଡା, ଇଭାନ ଦଳେଇ, ଦୁଷ୍ମନ୍ତ ନାଏକ ଏବଂ ଅନ୍ୟାନ୍ୟ କର୍ମଚାରୀ ସକ୍ରୀୟ ସହଯୋଗ କରିଥିଲୋ ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)