
ଉମେରକୋଟ -24/09/25 : ଉମରକୋଟ ପୋଲିସ ବିଭାଗ ପକ୍ଷରୁ ସାଇବର ଠକେଇ ଜନ ସଚେତନତା କାର୍ଯ୍ୟକ୍ରମ।ସାଇବର ଅପରାଧ ରାଜ୍ୟ ରେ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ପାଇଁ ଜନ ସଚେତନତା ର ବହୁଳ ଆବଶ୍ୟକତା ରହିଥିବାରୁ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ସଚେତନତା ଅଭିମୁଖୀ ଅଭିଯାନ। ଏହି କ୍ରମ ରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ପୋଲିସ ବିଭାଗ ପକ୍ଷରୁ ଆଜି ଏକ ୱାକାଥନ ଅନୁଷ୍ଠିତ ହୋଇଛି। ସାଇବର ଜ୍ରାଇମ ର ଅଭିଯୋଗ କରିବା ପାଇଁ 1930 ହେଲ୍ପ ଲାଇନ ନମ୍ବର ଜାରୀ କରାଯାଇଛି। ସାଇବର କ୍ରାଇମ ଠାରୁ ଦୁରେଇ ରହିବା ସହ ସତର୍କତା ମୂଳକ ପଦକ୍ଷେପ କିପରି ଗ୍ରହଣ କରିବେ ସେ ନେଇ ଜନ ସଚେତନତା ସହ ଜନ ସହଯୋଗୀତା ଦ୍ଵାରା କିପରି ଏହାକୁ ରୋକାଯିବ ସେ ନେଇ ୱାକାଥନ ଜରିଆରେ ସଚେତନ କରାଯାଇଥିଲା। ଏହି ୱାକାଥନ କାର୍ଯ୍ୟକ୍ରମ ରେ କଲେଜ ଛାତ୍ର ଛାତ୍ରୀ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏମ ସୁନୀଲ ସମ୍ପତ୍ତ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ, ନବରଙ୍ଗପୁର ଡ଼ିଏସପି ସୁଶ୍ରୀ ସରୋଜ କିସପତ୍ତା, ପାପଡାହାଣ୍ଡି ଏସଡିପିଓ ସତ୍ୟଜିତ ଖାନପଙ୍କଜ,ପୌରାଧ୍ୟକ୍ଷା ରାଧା ଭତ୍ରା ଏବଂ ସମସ୍ତ କାଉଁସିଲର, ଥାନା ଅଧିକାରୀ ରମାକାନ୍ତ ସାଇ, ଶିବଜି ପଣ୍ଡା, ଏ ଏସ ଆଇ ବିଶ୍ୱରଂଜନ ପାଢ଼ୀ, ନରେନ୍ଦ୍ର ଗୋଲାପୀ ଏବଂ ସମସ୍ତ ଥାନା କର୍ମଚାରୀ, ସ୍ଥାନୀୟ ବୁଦ୍ଧିଜୀବୀ ଯୋଗ ଦେଇଥିଲେ!
ଉମେରକୋଟ ରୁ ସନ୍ତୋଷ ଦଳାଇ ଙ୍କ ରିପୋର୍ଟ,