ବେତନଟୀ : ପରିବେଶରେ ସ୍ୱଚ୍ଛତା ଆଣିବା ପାଇଁ ଭିନ୍ନ ଏକ ପ୍ରୟାସ,ଦୁର୍ଗାପୂଜା, ମେଳା ଓ ଯାତ୍ରା ପରେ ରାସ୍ତାଘାଟ ଗୁଡିକ ଅଳିଆ ହୋଇ ପଡିରହିଥିଲା,ଏଗୁଡିକୁ ପରିଷ୍କାର କରିବା କାର୍ଯ୍ୟ ହାତକୁ ନେଇଛି ବେତନଟୀ ଜନ କଲ୍ୟାଣ ଫାଉଣ୍ଡେସନ,
ଏହି ଅଗ୍ରଣୀ ଯୁବ ସଂଗଠନ ର ସଦସ୍ୟ ମାନେ ସକାଳୁ ବେତନଟୀ ବଙ୍ଗାଳଛକ ରୁ ଚଣ୍ଡୀ ଛକ ପର୍ଯ୍ୟନ୍ତ ରାସ୍ତା କୁ ଝାଡୁ କରି ସଫେଇ କରିଛନ୍ତି। ରାସ୍ତା ଉପରେ ଓ ପାର୍ଶ୍ୱ ରେ ପଡ଼ିଥିବା ପ୍ଲାଷ୍ଟିକ ଗ୍ଲାସ, ଜରି, ପଲିଥିନ ସବୁ କୁ ସଫେଇ କରିଛନ୍ତି। ଆଜି ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଆଗାମୀ ଦିନରେ ପୁରା ବେତନଟୀ ବଜାର ସଫେଇ କରିବା ନେଇ ଯୋଜନା ରହିଥିବାର ନିଷ୍ପତି ନେଇଛି ଏହି ସଂଗଠନ। ନିକଟ ଅତୀତ ରେ ବେତନଟୀ ଦୁର୍ଗାପୂଜା ମେଳା ଅବସରରେ ଚାରି ଦିନ ଧରି ୪୦ ହଜାର ରୁ ଉର୍ଦ୍ଧ ଲୋକଙ୍କୁ ଚଣ୍ଡୀ ଛକ ଠାରେ ଏହି ସଂଗଠନ ପକ୍ଷରୁ ଦହି ସରବତ ବଣ୍ଟନ କରାଯାଇଥିଲା। ଆଗାମୀ ଦିନରେ ଏହି ସଂଗଠନ ପକ୍ଷରୁ ବହୁ ସାମାଜିକ କାର୍ଯ୍ୟକ୍ରମ କରାଯିବାର ଯୋଜନା ରହିଥିବା ନେଇ ସୂଚନା ମିଳିଛି।