ପଦ୍ମପୁର : ବରଗଡ ଜିଲ୍ଲା ଗାଇସିଲଟ ବ୍ଲକ କାଠଉମାଲ ଗ୍ରାମ ପଞ୍ଚାୟତର ସଂଲଗ୍ନ ଟେଙ୍ଗନାପାଲି ଗ୍ରାମରେ ଏକ ବିଶାଳ ଧରଣର ଦେବୀ ପାଟଖଣ୍ଡାଙ୍କ ପୂଜା ମହା ସମାରୋହରେ ପାଳନ ହୋଇ ଯାଇଛି lଏହି ପୂଜା ଦୀର୍ଘ ଦିନରୁ ହେଉଛି ଓ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ହେବାର ସତ୍ୟତା ରହିଛି l ଏହି ପୂଜା ଉତ୍ସବରେ ବହୁ ଦୂରଦୂରାନ୍ତରୁ ଭକ୍ତିପୂତ ପୂଜା ସାମଗ୍ରୀ ଧରି ଭକ୍ତ ଆସିଥିଲେ l ଏହି ପୂଜାର ଶୀର୍ଷ ଦାୟିତ୍ୱ ଗାଁ ର ଶ୍ରୀ ସଞ୍ଜୟ କୁମାର ଜର୍ଜରିଆ ନେଇ ଗ୍ରାମବାସୀଙ୍କ ସହଯୋଗରେ ମହାଡମ୍ବରରେ ପାଳନ କରି ଆସୁଛନ୍ତି l ଏହି ପୂଜାର୍ଚନାରେ ବାହାରୁ ଶ୍ରୀ ଶ୍ରୀକାନ୍ତ ମିଶ୍ର, ଆଦିବାସୀ ରାଜ୍ୟ ସଭାପତି ଶ୍ରୀ ଗୋବର୍ଦ୍ଧନ ଭୋଇ,ଗାଇସିଲେଟ ବ୍ଲକ ଅଧ୍ୟକ୍ଷ ଶ୍ରୀ ସାହୁ ଜଗଳପାଟ ସରପଞ୍ଚ ଶ୍ରୀ ଜିନ୍ଦା ଭୋଇ, ରାଧାକାନ୍ତ ବୁଡ଼େକ, ପୁରାତନ ସରପଞ୍ଚ ଶ୍ରୀ ଡୋଳାମଣି ସାହୁ ଓ ଶ୍ରୀ ସଂଜୀବ କୁମାର ପଣ୍ଡା, ଅଞ୍ଚଳର ବିଶିଷ୍ଟ ଭଦ୍ରବ୍ୟକ୍ତିଙ୍କୁ ଅତିଥି ଭାବରେ ନିମନ୍ତ୍ରିତ କରା ଯାଇଥିଲା l ପୂଜା ସ୍ଥଳୀ ବଜାର ଦଶ ହଜାରରୁ ଉର୍ଦ୍ଧ୍ୱ ଭକ୍ତଙ୍କ ଲାଗି ଗାଁ ତଥା ଅଞ୍ଚଳ ମୁଖରିତ ହୋଇ ପୁର୍ଣ ପବିତ୍ର ଜଣା ପଡୁଥିଲା l ପୁଣି ମନୋରଞ୍ଜନ ପାଇଁ ପଶ୍ଚିମ ଓଡ଼ିଶାର ସମସ୍ତ କଳା ଓ ରାବଣ ଦରବାର କରି ରାବଣ ହାତୀ ଉପରେ ଆସି ମଞ୍ଚରେ ପଦାର୍ପଣ କରି ମନ୍ତ୍ରୀ ଓ ରାଜ ପଟୁଆର ଘୋଡାଗାଦିରେ ପୁର୍ଣ ଦାୟିତ୍ୱ ରାଜାଙ୍କ କରି କଳା ପ୍ରଦର୍ଶନ କରିଥିଲେ l ମଞ୍ଚାସିନ ରାବଣ ଓ ଦେବୀଙ୍କ ବୟେଲ -ଲୋକଙ୍କ ପାଇଁ ମନମୁଗ୍ଧକର ଥିଲା l ଅଞ୍ଚଳର ରାବଣ ଶ୍ରୀ ଚକ୍ର ସାହୁ ମଞ୍ଚ ଦୁଲୁକାଇଲେ ଓ ବୀର ମାଟି ଘେଁସ ରୁ ଜଣେ କ୍ରାନ୍ତିକବି ଶ୍ରୀ ହାରିଲାଲ ସାହୁ ମଞ୍ଚକୁ କବିତା ମାଧ୍ୟମରେ ସମସ୍ତ ଭକ୍ତଙ୍କୁ ସ୍ତବ୍ଧ କରି କବିତା ଗାୟନ କରିଥିଲେ l ପଦ୍ମପୁର ଉପଖଣ୍ଡରୁ ଫକୀର ଦୀପଙ୍କ ରିପୋର୍ଟ l