ନୟାଗଡ : ଘର ଭିତରୁ ଫରେଷ୍ଟ ଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର ଘଟଣା । ହତ୍ୟା ଅଭିଯୋଗ ଆଣିଲେ ମୃତ ଫରେଷ୍ଟରଙ୍କ ଭାଇ । ପରକୀୟା ପ୍ରୀତି ପାଇଁ ପରିବାର ଲୋକ ଶିଶିରଙ୍କୁ ହତ୍ୟା କରାଜାଇଥିବା ଅନୁମାନ କରାଜଉଛି । ଆଜି ସକାଳୁ ନୟାଗଡ଼ ଜ଼ିଲ୍ଲା ପଞ୍ଚରିଡା ରେଞ୍ଜର ଫରେଷ୍ଟ ଶିଶିର ସାହୁଙ୍କ ମୃତ ଦେହକୁ ଟାଉନ ଥାନା ପୋଲିସ ଜବତ୍ କରିଛି । ନୟାଗଡ଼ ବାରମାସୀ ଦଣ୍ଡା ସ୍ଥିତ ଶିଶିରଙ୍କ ଘରେ ଏହି ଲୋମ ଟାଙ୍କୁରା ଘଟଣା ଘଟିଛି । ଶିଶିର ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି ନାଁ ,ତାଙ୍କୁ କେହି ହତ୍ୟା କରିବା ପରେ ତାଙ୍କ ଦେହରେ ନିଆଁ ଲଗାଇ ଦେଇଛୁ ତାହା ସନ୍ଦେହ ଘେରରେ ରହିଥିବା ବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି ମୁତ ଶିଶିରଙ୍କ ବଡ଼ ଭାଇ । ବିଳମ୍ବିତ ରାତିରେ ଶିଶିରଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ସନ୍ଧେହ ଜନକ ଅବସ୍ଥାରେ ଉଦ୍ଧାର କରାଜାଇଥିଲା । ଉଦ୍ଧାର କରିବା ପାଇଁ ଯାଇ ଶିଶିରଙ୍କ ସ୍ତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ପୁଅର କୌଣସି କ୍ଷତି ହୋଇ ନାହିଁ। ନିଆଁ ଲାଗି ଘରେ ଥିବା ସ୍କୁଟି ଟି ପୋଡ଼ି ଯାଇଥିବା ବେଳେ ଅନେକ ଆସବା ପାତ୍ର ପୋଡ଼ି ଯାଇଛି। ନିଆଁ ରେ ପୋଡି ହୋଈ ଶିଶିର ଘର ଭିତର ଖଟରେ ଶୋଇବା ଅବସ୍ଥାରେ ମୃତ୍ୟୁ ହୋଇଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବାରୁ ଶିଶିରଙ୍କ ମୃତ୍ୟୁ ନେଇ ନାନା ସଂଦେହ ସୃଷ୍ଟି ହୋଇଛି। ଘଟଣା ସ୍ଥଳରେ ଟାଉନ ପୋଲିସ ପଂହଁଚି ତଦନ୍ତ ଚଳାଇଛି । ସେପଟେ ଏ ଘଟଣାରେ ପୋଲିସ ଶିଶିରଙ୍କ ପୁଅ ଅଭିଷେକ ରଣସୀଙ୍ଗ ଓ ସ୍ତ୍ରୀ ନମିତା ସାହୁ ଅଟକ ରଖି ପଚରା ଉଚରା ଜାରି ରଖିଛି । ତେବେ ଏ ଘଟଣାର ପର୍ଦାଫାସ ଖୁବ ଶୀଘ୍ରହେବ ବୋଲି ନୟାଗଡ଼ ଅତିରିକ୍ତ sp କହିଛନ୍ତି ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ