ସାଗର କ୍ଲବ ତରଫରୁ ବିଜୟା ଦଶମୀ ଦଶହରାରେ ରାବଣ ପୋଡ଼ି ଅନୁଷ୍ଠିତ

ପାରାଦ୍ଵୀପ : ପାରାଦ୍ଵୀପ ବିଜୟା ଦଶମୀ ଦଶହରାରେ ସାଗର କ୍ଲବ ତରଫରୁ ମହାଆଡମ୍ବରରେ ରାବଣ ପୋଡ଼ି ଅନୁଷ୍ଠିତ କରାଯାଇ ଯାଇ ଥିବା ବେଳେ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟି ର ଜଗତସିଂହ ପୁର ଲୋକ ସଭା ସାଂସଦ ବିଭୂପ୍ରସାଦ ତରାଇ ଯୋଗ ଦେଇ ଥିବା ବେଳେ ପାରାଦୀପ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ବସନ୍ତ କୁମାର ବିଶ୍ଵାଳ, ଶିଳ୍ପ ମନ୍ତ୍ରୀ ଙ୍କ ପ୍ରତିନିଧି ସର୍ବେଶ୍ଵର ବଳିଆର ସିଂହ, ପାରାଦୀପ ପୌର ପରିଷଦ ର ପାରିଷଦ ସୁବ୍ରତ ପ୍ରଧାନ ଯୋଗ ଦେଇ ଥିବା ବେଳେ ପୌର ପରିଷଦ ୧୨ ନମ୍ୱର୍ ୱାର୍ଡ ର ପାରିଷଦ ପ୍ରତାପ ନାୟକ ଓ ବହୁ ମାନ୍ୟ ଗଣ୍ୟ ବେକ୍ତି ଏହି ସମାରୋହର ଜୋଗ ଦେଇଥିବା ଦେଖିବାକୁ ମିଳିଥିଲା l ଏହି ରାବଣ ପୋଡ଼ି ଉତ୍ସବ ଦେଖିବା ପାଇଁ ପାରାଦୀପ ଅଞ୍ଚଳ ର ବହୁ ଜନ ସାଧାରଣ ଓ ପିଲା ଛୁଆ ଅବାଳ ବୃଦ୍ଧ ବନିତା ସତ୍ୟର ଜୟ ଅଧର୍ମର ବିନାଶ ଦେଖିବା ପାଇଁ ଏକତ୍ରିତ ହୋଇ ଥିବା ବେଳେ ସୁଦୂର ଦୂର୍ ଦୁରାନ୍ତ ରୁ ବହୁ ଶ୍ରଦ୍ଧାଳୁ ମାନେ ଛୁଟି ଆସିଥିଲେ ପାରାଦୀପ ର ରାବଣ ପୋଡ଼ି ଉତ୍ସବ କୁ ଦେଖିବା ସହ ଉପଲବ୍ଧ ମଧ୍ୟ କରିଥିଲେ l ଏଥିରେ ବିଭିନ୍ନ ରକମର ଅତାସ ବଜି ଫୁଟା ଯାଇ ପ୍ରଦର୍ଶନ କରାଯାଇ ଥିବା ବେଳେ ଦେଖେଣା ହାରି ମାନେ ବିଜୟା ଦଶମୀ ରେ ମା ଦୁର୍ଗତି ନାଶିନି ଙ୍କ ଆଶିଷ ଭିକ୍ଷା କରି ପ୍ରଭୁ ରାମ ଚନ୍ଦ୍ର ଅନ୍ୟାୟର ପ୍ରତୀକ ରାବଣ ରୁପି ରାକ୍ଷସ କୁ ବଧ କରିଥିଲେ l ସେହି ଅନୁସାରେ ବିଜୟ ଦଶମୀ ଦଶହରାରେ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଥାଏ l ପାରାଦୀପ ସାଗର କ୍ଲବ ତରଫରୁ କରାଯାଇ ଥିବା ରାବଣ ପୋଡ଼ି ଉତ୍ସବ ରେ ମୁଖ୍ୟ ଅତିଥି ସାଂସଦ ବିଭୂପ୍ରସାଦ ତରାଇ ରାବଣ ରୁପି ରାକ୍ଷସ ଦେହରେ ଅଙ୍ଗ୍ନି ସଂଜୋଗ କରି ଥିଲେ l ଶେଷରେ ରାବଣ ର ବିନାଶ ହୋଇଥିଲା l ପାରାଦୀପ ରୁ ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *