
କଟକ : କଟକ ମହାନଗର ନିଗମ ପକ୍ଷରୁ ଆରମ୍ଭ କରାଯାଇଥିବା ଜନସମ୍ପର୍କଭିତ୍ତିକ ‘ଆପଣ କେମିତି ଅଛନ୍ତି’ କାର୍ଯ୍ୟକ୍ରମ ମାଧ୍ୟମରେ ସହରର ବରିଷ୍ଠ ନାଗରିକ, ଶିକ୍ଷାବିତ୍, ସାହିତ୍ୟିକ, ସଂସ୍କୃତିପ୍ରେମୀ ଓ ବିଭିନ୍ନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବ୍ୟକ୍ତିତ୍ୱମାନଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ କରିବାର ଏକ ଅଭିନବ ପ୍ରୟାସ ଜାରି ରହିଛି। ଏହି କ୍ରମରେ କଟକ ମହାନଗର ନିଗମର ମାନ୍ୟବର ମେୟର ଶ୍ରୀ ସୁବାସ ସିଂହ ବରିଷ୍ଠ ଶିକ୍ଷାବିତ୍ ଶ୍ରୀ ଦାଶରଥି ଦାସଙ୍କୁ ସାକ୍ଷାତ୍ କରି ତାଙ୍କର ସ୍ୱାସ୍ଥ୍ୟାବସ୍ଥା, ପାରିବାରିକ କୁଶଳ ଓ ବର୍ତ୍ତମାନର ଜୀବନଯାପନ ସମ୍ପର୍କରେ ପଚାରି ବୁଝିଥିଲେ।
ଏହି ସୌଜନ୍ୟମୂଳକ ସାକ୍ଷାତ୍କାର ସମୟରେ ମେୟର ଶ୍ରୀ ସିଂହ ଶ୍ରୀ ଦାସଙ୍କ ସହ ଆତ୍ମୀୟତାପୂର୍ଣ୍ଣ ଆଲୋଚନା କରିବା ସହ ତାଙ୍କର ଦୀର୍ଘଦିନର ଅନୁଭୂତି, ଶିକ୍ଷା କ୍ଷେତ୍ରରେ ଅବଦାନ ଓ ସମାଜ ପ୍ରତି ତାଙ୍କର ଦୃଷ୍ଟିକୋଣ ସମ୍ପର୍କରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଜଣେ ବରିଷ୍ଠ ଶିକ୍ଷାବିତ୍ଙ୍କ ଜୀବନାନୁଭୂତି ଓ ଚିନ୍ତାଧାରା ସମାଜର ପରବର୍ତ୍ତୀ ପିଢ଼ି ପାଇଁ ମୂଲ୍ୟବାନ ମାର୍ଗଦର୍ଶନ ହୋଇପାରେ ବୋଲି ଏହି ସାକ୍ଷାତ୍କାରର ମହତ୍