କେଏମସି ୱାର୍ଡ ନମ୍ବର ୨୪ ସାମନ୍ତସାହି କୁମାର ଉତ୍ସବ ମଣ୍ଡପର ଶୁଭ ଉଦ୍‌ଘାଟନ

କଟକ ; କଟକ ସହରର କେଏମସି ୱାର୍ଡ ନଂ-୨୪ ଅନ୍ତର୍ଗତ ସାମନ୍ତସାହିର ଐତିହ୍ୟବାହୀ କୁମାର ଉତ୍ସବ ମଣ୍ଡପର ନବୀକରଣ, ସୌନ୍ଦର୍ଯ୍ୟକରଣ ଓ ଆଲୋକୀକରଣ କାର୍ଯ୍ୟ ପରେ ଆଜି ଶୁଭ ଉଦ୍‌ଘାଟନ ହୋଇଯାଇଛି।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଚୌଦ୍ୱାର-କଟକ ବିଧାୟକ ମାନ୍ୟବର ଶ୍ରୀ ସୌଭିକ ବିଶ୍ୱାଳ, ଇଷ୍ଟ କୋଷ୍ଟ ରେଲୱେର DRUCC ସଦସ୍ୟ ଡଃ ରଞ୍ଜନ ବିଶ୍ୱାଳ, ସ୍ଥାନୀୟ କର୍ପୋରେଟର ତଥା ସ୍ୱାସ୍ଥ୍ୟ କମିଟି ଅଧ୍ୟକ୍ଷା ଶ୍ରୀମତୀ ଦୀପ୍ତିମୟୀ ମୂଳିଆଙ୍କ ସମେତ ଗ୍ରାମର ମୁରବୀ ଓ କୁମାର ଉତ୍ସବ ସମିତିର ସଦସ୍ୟମାନେ ଉପସ୍ଥିତ ଥିଲେ।

ଏହି ନବୀକରଣ କାର୍ଯ୍ୟ ସାମନ୍ତସାହିର ସାମାଜିକ ଓ ସାଂସ୍କୃତିକ ପରମ୍ପରାକୁ ଆହୁରି ସମୃଦ୍ଧ କରିବା ସହ ଅଞ୍ଚଳର ବିକାଶରେ ନୂତନ ଅଧ୍ୟାୟ ଯୋଡ଼ିଛି।

Leave a Reply

Your email address will not be published. Required fields are marked *