କଟକ ଜିଲ୍ଲାରେ ଅବକାରୀ ବିଭାଗର ମିଳିତ ଚଢ଼ଉ ୯୪୦ ଲିଟର ବେଆଇନ ଅପମିଶ୍ରିତ ମଦ ଓ ୧୩,୧୦୦ ଲିଟର ପୋଚ ଜବତ

କଟକ, ତାରିଖ ୨୩.୧୦.୨୦୨୬ ରିଖ : କଟକ ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀ ଏବଂ ଆଠଗଡ଼ ଡିଏସ୍‌ଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଦଲୁଆ, କଂସର, ବାଉଁଶ ଟାଙ୍ଗର, କଣ୍ଡାଉଳି, ହାତୀଟୋପା, ମଠନାଳ ଗ୍ରାମ ସମେତ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଅବକାରୀ ବିଭାଗ ଓ ବନ ବିଭାଗର କର୍ମଚାରୀଙ୍କୁ ନେଇ ଏକ ମିଳିତ ଚଢ଼ଉ କରାଯାଇଥିଲା।ଏହି ଚଢ଼ଉ ସମୟରେ ୯୪୦ ଲିଟର ବେଆଇନ ଅପମିଶ୍ରିତ ମଦ ଏବଂ ୧୩,୧୦୦ ଲିଟର ପୋଚ ଜବତ କରାଯାଇଛି। ବେଆଇନ ମଦ ପ୍ରସ୍ତୁତି ଓ କାରବାର ଉପରେ ରୋକ୍ ଲଗାଇବା ଉଦ୍ଦେଶ୍ୟରେ ବିଭାଗ ପକ୍ଷରୁ ଏଭଳି ଚଢ଼ଉ ଜାରି ରହିଛି।
ସେହିପରି କଟକ ଜିଲ୍ଲା ମୋବାଇଲ୍ ୟୁନିଟ୍ ପକ୍ଷରୁ ରିଙ୍ଗ୍ ରୋଡ୍‌ରେ ମାରିଟାଇମ୍ ମ୍ୟୁଜିୟମ୍ ସମ୍ମୁଖରେ ଚଢ଼ଉ କରାଯାଇ ୪୨ ଗ୍ରାମ ହେରୋଇନ୍ ଜବତ କରାଯାଇଛି। ଏହି ଘଟଣାରେ ସୌଭାଗ୍ୟ ରଞ୍ଜନ ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯିବା ସହ ଏନ୍‌ଡିପିଏସ୍(NDPS) ଆଇନ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି।
ଅବକାରୀ ଆଇନର ଉଲ୍ଲଂଘନ ଓ ଜିଲ୍ଲାରେ ନିଶାଦ୍ରବ୍ୟର ବେଆଇନ କାରବାର ଉପରେ ରୋକ ଲଗାଇବା ଦିଗରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ ଅଭିଯାନ ଜାରି ରହିଛି।

Leave a Reply

Your email address will not be published. Required fields are marked *