କଟକ,୨୩-୧୦-୨୬
ସତିଚୌରା ଶ୍ମଶାନ ସମାଧି ପୀଠ ଓ ସେକ୍ଟର ୬ସ୍ଥିତ ଭଗବତୀ ଉଦ୍ୟାନ ଠାରେ ଭଗବତୀ ଚରଣ ପାଣିଗ୍ରାହୀ ଙ୍କ ପ୍ରତିମୂର୍ତ୍ତୀ ରେ ମାଲ୍ୟାର୍ପଣ କରାଯାଇ ୮୩ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ ହୋଇଯାଇଛି।
ଉତ୍କଳ ଜନନୀ ଜନ୍ମଭୂମି ର
ସେବା କରିବା ପାଇଁ ଦେଶ ସେବା ଓ ଜନ ସେବାକୁ ପବିତ୍ର
କର୍ମ ବୋଲି ଆଦାରି ନେଇଥିଲେ
ଭଗବତୀ ବାବୁ। ସଭାରେ ଅମରେନ୍ଦୁ
ମହାନ୍ତି ଙ୍କ ସଭାପତିତ୍ବ ରେ
ସଭାରେ କଟକ ନଗରପାଳ ସୁବାଷ ଚନ୍ଦ୍ର ସିଂହ,
ପୁର୍ବତନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ସୁପର୍ଣ୍ଣ ଶତପଥୀ,
ସୁରେନ୍ଦ୍ର ନାଥ କର,ଦେବେନ୍ଦ୍ର ସୂତାର, ରବିନାରାୟଣ ମଲ୍ଲିକ,
ପ୍ରଫୁଲ୍ଲ କୁମାର ତ୍ରିପାଠୀ,
ବିନୋଦ ବେହେରା, ସତ୍ୟଜିତ୍ ମହାପାତ୍ର, ଗଦାଧର ସାହୁ, ନିରୂପମା ପାଢ଼ୀ,ପ୍ରଦୀପ ଷଡଙ୍ଗୀ, ସୁଶାନ୍ତ ମହାପାତ୍ର, କ୍ରିଷ୍ଣା ପ୍ରିୟା ମିଶ୍ର, ବିପିନ୍ ବିହାରୀ ପାଢ଼ୀ, ଭ୍ରମରବର ସାହୁ, କୁଞ୍ଜ ବିହାରୀ ପଣ୍ଡା,ଅଶୋକ ସାହୁ
କୁନା ମାଝୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ
କରି ଭଗବତୀ ବାବୁ ସ୍ୱାଧୀନତା ସଂଗ୍ରାମ ଓ ସମାଜବାଦୀ ଆନ୍ଦୋଳନରେ
ନିଜକୁ ଉତ୍ସର୍ଗ କରିଥିଲେ ବୋଲି ବକ୍ତବ୍ୟ ରଖି ଥିଲେ। ଶେଷରେ ରାହୁଲ ସେଠୀ, ଅଭୟ ପଟ୍ଟନାୟକ କବିତା ଆବୃତି କରିଥିଲେ। ଅଶୋକ ତା
ପରିଚାଳନା କରିଥିଲାବେଳେ,
ପ୍ରସନ୍ନ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ସର୍ବସମ୍ମତି କ୍ରମେ ସତୀ ଚଉରା
ର ନବକଳେବର ସମୟରେ
ଐତହାସିକ ସତୀ ଚଉରା
ରେ ଥିବା ସମାଧି ପୀଠ ଗୁଡିକୁ
ଏକ ସ୍ମୃତିସ୍ତମ୍ଭ ନିର୍ମାଣ କରାଯାଇ
ସେମାନଙ୍କ ନାମ ଉଲ୍ଳେଖ ରଖି ବାକୁ ପ୍ରସ୍ତାବ ଆଗତ ହୋଇଥିଲା।