ସମୟ ସ୍ମୃତିରେ ଜୀବନ

ସମୟ ସୁଅରେ ଜୀବନ ସରଣୀ
ସ୍ମୁତିର ନଇ ର ଧାରେ ,
ଆସିଅଛି ଭାସି ଶେଷ ଘାଟ ବୋଧେ
ଆଉ ନୁହେଁ ବେଶି ଦୁରେ ।୧
ବାଲ୍ୟ ଜୀବନ ମୋ ଛନ୍ଦ ଚପଳ
ସତେ ଇନ୍ଦ୍ରଧନୁ ମାୟା ,
ଧୁଲିଘର ଖେଳ ସାଙ୍ଗ ସାଥୀ ମେଳ
ସ୍ମୃତିରେ ରହିଛି ଯାହା ।୨
କିଶୋରେ ଉଦ୍ଦାମ ଯୌବନର ଦମ୍ଭ
ସବୁ କଲି ଉପଭୋଗ ,
ଆତ୍ମ ବଡ଼ିମା କୁ ମନର ଗାରିମା
ଜୀବନରେ ଥିଲା ଯୋଗ ।୩
ମଧ୍ୟାହ୍ନ ବୟସ ଧରିଛି ସାହସ
କର୍ମକୁ କରିଣ ବଳ ,
ସଂସାର ମାୟାରେ ଜଞ୍ଜାଳ ଜାଲରେ
କାଟିଦେଲି ବାକି ବେଳ ।୪
ଅର୍ଜିତ ସମ୍ପତି ଘର ଯେ ସଂସାର
ସବୁକୁ କହିଲି ମୋର ,
ଜାଣି ନଥିଲି ଯେ ସବୁ ମୋହ ମାୟା
କେହି ନୁହଁନ୍ତି ନିଜର ।୫
କିଶୋର ଯୌବନ ହୋଇଛି ବିଗତ
ଆଜି ନାହିଁ ଆଉ ବଳ ,
ଜୀବନ ଯମୁନା ବହୁଛି ଉଜାଣୀ
ପାଉ ନାହିଁ ଥଳ କୂଳ ।୬
ଖୋଜି ଖୋଜି ଆଜି ଅପରାହ୍ନ ବେଳେ
ପାଇଛି ଜୀବନ ସତ୍ତା ,
ସମୟର ସ୍ମୁତି ରଖିବାକୁ ଯାଇ
ଲେଖୁଛି ବସି କବିତା ,।୭
ବେଳତ ବୁଡିବ ସମୟ ପୂରିବ
ଜୀବନ ଲଭିବ ମୁକ୍ତି ,
ଏହି ମୋ କବିତା ନହେଉ ଭଣୀତ।
ରହିଥାଉ ହୋଇ ସ୍ମୁତି ।୮

       ସମୀର ରଞ୍ଜନ ଦାସ   ।

କଲ୍ୟାଣୀ କୁଟୀର (ଭିରଙ୍ଗ )
ଏରସମା , ଜଗତସିଂହପୁର ,

Leave a Reply

Your email address will not be published. Required fields are marked *