ଚଣ୍ଡିଖୋଲ,୨୮/୧୦(କ.ଵ୍ୟୁ)( ପ୍ରଶାନ୍ତ ଜେନାଙ୍କ ରିପୋର୍ଟ) ବଡଚଣା ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଗଜ ଲକ୍ଷ୍ମୀ ପୂଜା ଶ୍ରଦ୍ଧା ଓ ଭକ୍ତିର ସହିତ ପାଳନ କରା ଯାଇଛି।ବଡଚଣା,ଚଣ୍ଡିଖୋଲ, ଛତିଆ, ବାଲିଚନ୍ଦ୍ରପୁର, ଶାଳପଡ଼ା, ସିହା, ଦର୍ପଣୀ, କୋଲସାହି, ବାଲିପଡ଼ିଆ, ରଇପୁର, ସୋଲର, କପାଷ୍ଟି ଗିରି, ସମେତ ଚଣ୍ଡିଖୋଲ ନିକଟସ୍ଥ ସୁଙ୍ଗୁଡ଼ା ଗ୍ରାମର ମଝିସାହି, ସାହୁ ସାହି, ସ୍ୱାଇଁ ସାହି ଆଦି ସ୍ଥାନ ମାନଙ୍କରେ ଧନ ଦାତ୍ରୀ ମାଆ ଲକ୍ଷ୍ମୀ ଙ୍କ ର ପୁଜା ଅର୍ଚ୍ଚନା ଯଥାବିଧି ପାଳନ ହୋଇ ଯାଇଛି। ବିଭିନ୍ନ ପୁଜା ମଣ୍ଡପ କୁ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗ ବେରଙ୍ଗର ଆଲୋକ ସଜ୍ଜା କରା ଯାଇଛି। ମାଆ ଲକ୍ଷ୍ମୀ ଙ୍କୁ ଦର୍ଶନ କରିବା ପାଇଁ ବିଭିନ୍ନ ପୁଜା ମଣ୍ଡପ ଗୁଡିକରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଲାଗି ରହିଛି। କଳସ ଶୋଭାଯାତ୍ରା, ଘଟ ସ୍ଥାପନ, ଆବାହନ, ଚକ୍ଷୁ ଦାନ, ସୂର୍ଯ୍ୟ ପୂଜା, ହୋମ ଯଜ୍ଞ ଆଦି ପୁଜା ଅର୍ଚ୍ଚନା ଯଥାବିଧି କରାଯାଇଛି। ସନ୍ଧ୍ୟା ସମୟରେ ବିଭିନ୍ନ ପୁଜା ମଣ୍ଡପ ରେ ଭଜନ କୀର୍ତ୍ତନ ପ୍ରବଚନ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ମାନେ ପୁଜା ମଣ୍ଡପ ବୁଲି ଦେଖିବା ସହିତ ମାଆ ଲକ୍ଷ୍ମୀ ଙ୍କ ଆଶୀର୍ବାଦ କାମନା କରିଛନ୍ତି। କେତେକ ସ୍ଥାନରେ ଆଜି ସନ୍ଧ୍ୟାରେ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଲଘଚାପଜନିତ ବର୍ଷା କାରଣରୁ କିଛିକାଂଶରେ ପୁଜା ଉତ୍ସବ ଫିକା ପଡିଛି।