ଅର୍ଣ୍ଣବ ବାତ୍ୟାର ପ୍ରକୃତି ତାଣ୍ଡବ
ଜନତା ଭୟ ସଂକଟ
ତ୍ରାହି ତ୍ରାହି କରେ ଉଦ୍ଧାର ଜନତା
ଖୋଲ ଦୟାର କବାଟ।
ପ୍ରଳୟ ପ୍ରକୃତି ପବନ ବରଷା
ହବ ନୃତ୍ୟ ଦିନ ରାତି
କ୍ଷୟ ହବ ବହୁ ଧନ ଓ ସଂପତ୍ତି
କାଳ ବରଷା ବିପଦି।
ବର୍ଣ୍ଣବ ରଚିବ ତୋଫାନ ଝଡ଼ର
ପବନର ଗତି ପଥ
ବ୍ୟାପକ ପ୍ରସାର ଆକାଶୁ ଝରିବ
ସରଗ ପଥର ସ୍ରୋତ।
ବର୍ଣ୍ଣବ ଆସିଲା ଭାଙ୍ଗି ଘର ଦ୍ବାର
ଗଢ଼ିଲା ପ୍ରକୃତି ରୂପ
ମଣିଷ ତିଆରି କୃତ୍ରିମ ପଦାର୍ଥ
ଛଡ଼ାଇ ନେଲାତ ପାପ।
ଏ ମାନଗୋବିନ୍ଦ’ବର୍ଣ୍ଣଵ’ ବାତ୍ୟାର
ଦୟା କର ଦିନ ହରି
ଜଗତ ମଙ୍ଗଳ ସମାଜ ସଫଳ
ଚରଣ ତଳେ ଗୁହାରି।
(ମାନଗୋବିନ୍ଦ ସ୍ବାଇଁ)
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା