ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ (କଟକ ଜିଲ୍ଲା ଶାଖା)ର ନୂତନ କାର୍ଯ୍ୟକାରିଣୀ କମିଟି ଗଠିତ


କଟକ :
ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ କଟକ ଜିଲ୍ଲା ଶାଖାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜିଲ୍ଲାର ନୂତନ କାର୍ଯ୍ୟକାରିଣୀ କମିଟି ସର୍ବସମ୍ମତିକ୍ରମେ ଚୟନ କରାଯାଇଛି। ସାମ୍ବାଦିକମାନଙ୍କର ଅଧିକାର, ସୁରକ୍ଷା ଏବଂ ସଙ୍ଗଠନକୁ ଅଧିକ ମଜଭୁତ କରିବା ଦିଗରେ ଏହି ନୂତନ କମିଟି କାର୍ଯ୍ୟ କରିବ ବୋଲି ବୈଠକରେ ମତପ୍ରକାଶ ପାଇଛି।
ନୂତନ ଭାବେ ଗଠିତ କମିଟିର କର୍ମକର୍ତ୍ତାମାନେ ହେଲେ:

  • ମୁଖ୍ୟ ଉପଦେଷ୍ଟା: ଶ୍ରୀ ବିକ୍ରମ କିଶୋର ସେନାପତି
  • ସଭାପତି: ଶ୍ରୀ ପ୍ରଶାନ୍ତ କୁମାର ମହାନ୍ତି
  • ଉପ-ସଭାପତି: ଶ୍ରୀ ମଣ୍ଟୁ ସାହୁ ଏବଂ ଶ୍ରୀ ମହେଶ ପାତ୍ର
  • ସମ୍ପାଦକ: ଶ୍ରୀ ନିରଞ୍ଜନ ପଟ୍ଟନାୟକ
  • ସହ-ସମ୍ପାଦକ: ଶ୍ରୀ ସିଦ୍ଧାର୍ଥ ଶଙ୍କର ବରାଳ
  • କୋଷାଧ୍ୟକ୍ଷ: ଶ୍ରୀ ମନୋଜ ମହାନ୍ତି
  • ସଭା ପରିଚାଳନା: ଶ୍ରୀ ଆନନ୍ଦ କୁମାର ଦାସ
    ଏହାବ୍ୟତୀତ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ବୁଲୁ ପାତ୍ର, ଗଣେଶ କୁମାର ସାହୁ, ରୁପେଶ ବେହେରା, ଲକ୍ଷ୍ମୀଧର ସାହୁ, ଉପାକାନ୍ତ ଜେନା ପ୍ରମୁଖ ସାମିଲ ଅଛନ୍ତି। ଏହି ବୈଠକରେ କଟକ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୪୦ରୁ ଉର୍ଦ୍ଧ୍ୱ ସାମ୍ବାଦିକ ଯୋଗଦେଇ ସଙ୍ଗଠନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *