ବିଶ୍ବ ସମ୍ମାନ ଦିବସ🙏 ❤️ତୃତୀୟ ବୁଧବାର 3rd Wed of October✍️ Global Dignity Day 👩‍❤️‍👩


ସମ୍ମାନ ଦିବସେ ସଭିଙ୍କୁ ସମ୍ମାନ
ଗୁରୁଜନେ ପ୍ରଣିପାତ,
ଲଘୁଜନେ ସ୍ନେହ ଶ୍ରଦ୍ଧା ସମୁଦାୟ
ମୋ’ ହୃଦ ନିର୍ମଳ ଶାନ୍ତ ।

ଦିବସ ସ୍ମରଣେ ପ୍ରୀତି-ଗୀତି ଭଣେ
ସମ୍ମାନ ସଂଜ୍ଞା ସର୍ଜନ,
ଶାନ୍ତ ଶିଷ୍ଟ ନମ୍ର ସ୍ମିତ ସୁଚରିତ୍ର
ହେଲେ ସମ୍ମାନ ଅର୍ଜନ ।

ଯିଏ ଯାହା ଦିଏ ସିଏ ତାହା ପାଏ
ରହିଛି ବିଧି ବିଧାନ,
ଶ୍ରଦ୍ଧା ଓ ସମ୍ମାନ ପ୍ରଦାନେ ଲଭନ୍ତି
ସମ୍ମାନାଷ୍ପଦ ସୁଜନ ।

ସମ୍ମାନ ଦିବସ ଶୁଭେଚ୍ଛା’ରେ ନୁହଁ
ଜନ-ସେବାରେ ନିହିତ,
ବଡ଼ ଲୋକ ନୁହଁ ଭଲ ଲୋକ ଯିଏ
ପାଏ କୋଟି ଦଣ୍ଡବତ ।

ଦି’ ହଜାର ଆଠ ଅକ୍ଟୋବର ମାସ
ଯେ’ ତୃତୀୟ ବୁଧବାର,
ଦେଶ ସାମୂହିକ ସୌହାର୍ଦ୍ଯରେ ବିଶ୍ବ
ସମ୍ମାନ ଦିବସ ସ୍ଥିର ।

ଶୁଭ ସ୍ମରଣୀୟ ସମ୍ମାନ ଦିବସେ
ମାନ-ସମ୍ମାନ ଅର୍ପଣ,
ସତ୍ୟ ଶାନ୍ତି ଦୟା କ୍ଷମା ଅହିଂସା’ରେ
ସର୍ବେ ଭବନ୍ତୁ ସୁଖିନଃ ।

ଶମ୍ଭୁନାଥ ଦାସ / କୋଲକାତା
Jatiya Pragati Abhiyan (Society)
Kolkata & Odisha

Leave a Reply

Your email address will not be published. Required fields are marked *