ବିଶ୍ବ ପରିସଂଖ୍ୟାନ ଦିବସ World Statistics Day 📸📡20: October




ବିଶ୍ବେ ବୈଜ୍ଞାନିକ ଚିକିତ୍ସକ ଅବା
ଦାର୍ଶନିକ ଗବେଷକ,
ବିଶ୍ବ ଜନତାର ବନ୍ଧୁ ଭାବେ ଗଣ୍ଯ
ସବିଶେଷ ପ୍ରଦାୟକ ।

ବିଂଶ ଅକ୍ଟୋବର ଦି’ ହଜାର ଦଶ
ଠାରୁ ଯେ’ ଆସେମ୍ବ୍ଲି ବିଶ୍ବ,
ସ୍ଥିତି – ପରିସ୍ଥିତି ସତ୍ଯାନୁସଂଧାନେ
ପରିସଂଖ୍ୟାନ ଦିବସ ।

ଦେଶ ବିଦେଶର ଆର୍ଥିକ ସ୍ଥିତି ବା
ରାଜନୀତି ସାମାଜିକ,
ଜନ୍ମ ମୃତ୍ୟୁ ଠାରୁ ଆପଦ – ବିପଦ
ସର୍ବ ତଥ୍ଯର ସାଂଖିକ ।

ବନ୍ଯା ବାତ୍ଯା ଅବା ବିଭିନ୍ନ ସଂକଟ
ଜଳ ସ୍ଥଳ ଆକାଶର,
ସୂଚନା ସଂକେତ ତଥ୍ଯ ବିବରଣ
ଅଭିଲେଖ ନିରନ୍ତର ।

ବିଜ୍ଞାନ ଯୁଗର ଧନ୍ଯ ବୈଜ୍ଞାନିକ
ଶୁଭ ସତ୍ଯାନୁସଂଧାନ,
ପରିସଂଖ୍ୟାନର ପରିପ୍ରକାଶରେ
ବିଶ୍ବ ପଞ୍ଜୀକା ବିଧାନ ।

ଆଗତ ଭବିଷ୍ଯ ନିର୍ଣ୍ଣାୟକ ମୋଡ଼
କରଇ ପରିସଂଖ୍ୟାନ,
ଦୂରଦୃଷ୍ଟିପାତ ବ୍ଯବସ୍ଥା ନିଶ୍ଚିତ
ସମସ୍ଯାର ସମ୍ମୁଖୀନ ।

ଆକଳନ ହେଉ ଶୁଭ ସାଙ୍କେତିକ
ସୁରକ୍ଷା’ର ନିୟନ୍ତ୍ରଣ,
ବିଶ୍ବ ନାୟକଙ୍କ କର୍ମ କର୍ତ୍ତବ୍ଯରେ
ସର୍ବେ ଭବନ୍ତୁ ସୁଖିନଃ ।

ଶମ୍ଭୁନାଥ ଦାସ / କୋଲକାତା
Jatiya Pragati Abhiyan (Society)
Kolkata & Odisha

Leave a Reply

Your email address will not be published. Required fields are marked *