ପ୍ରାକ୍ତନ ରାଷ୍ଟ୍ରପତି ଅବଦୁଲ କାଲାମଙ୍କ ଜୟନ୍ତୀ ଦିବସ ପାଳିତ

ଚଣ୍ଡିଖୋଲ୧୫/୧୦(କ.ବ୍ୟୁ),(ପ୍ରଶାନ୍ତ ଜେନାଙ୍କ ରିପୋର୍ଟ) ବଡ଼ଚଣା ବ୍ଲକ ଅନ୍ତର୍ଗତ ଧାନମଣ୍ଡଳ ସ୍ଥିତ ହୋଲି ଜେସସ ବିଦ୍ୟାଳୟ ପରିସରରେ ଭାରତର ପ୍ରାକ୍ତନ ରାଷ୍ଟ୍ରପତି ତଥା ବିଶ୍ୱ ବିଖ୍ୟାତ ବୈଜ୍ଞାନିକ ସ୍ବର୍ଗତ ଏପିଜେ ଅବଦୁଲ କାଲାମଙ୍କ ୯୬ ତମ ଜୟନ୍ତୀ ଦିବସ ଆଜି ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟ ଅଧ୍ୟକ୍ଷାକାମିନୀ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସଞ୍ଜୟ କୁମାର ରାଉତ, ଶୁଭଲକ୍ଷ୍ମୀ ମଲ୍ଲିକ, ଉମାକାନ୍ତ ସାମଲ,ସାଗରିକା ଶର୍ମା, ଶୁଭଲକ୍ଷ୍ମୀ ସାହୁ, ଶୁଭଶ୍ରୀ ବେହେରା, ଶୁଭାଶିନୀ ଯାଦବ, ପୁନମ ଭାରତୀ, ଅନୁସୂୟା ଦାସ, କ୍ରିଷ୍ଣାମୟୀ ମହାନ୍ତି,ଦେବାଶିଷ ନାୟକ ଓ ଚିରଞ୍ଜିବି ଜେନା ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଅବଦୁଲ କାଲାମଙ୍କ ଜୀବନାଦର୍ଶ ସମ୍ପର୍କରେ ବିଭିନ୍ନ ଆଲୋଚନା ପୂର୍ବକ ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଶିକ୍ଷୟିତ୍ରୀ ମୌସୁମୀ ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ଚନ୍ଦନ କୁମାର ନାୟକ । ପ୍ରାରମ୍ଭରେ ଅବଦୁଲ କାଲାମଙ୍କ ଫଟୋ ଚିତ୍ରରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *