ବିଷ୍ଣୁ ସାମାନ୍ତରାୟ କଲେଜ ଛାତ୍ର ସଂସଦ ନିର୍ବାଚନ , ଅଭିଜିତ ସଭାପତି , ସୂୁପ୍ରଭା ସମ୍ପାଦିକା , ନିର୍ବାଚିତ

ଚାଣ୍ଡୀଖୋଲ,୧୫/୧୦(କ.ଵ୍ୟୁ): (ପ୍ରଶାନ୍ତ ଜେନାଙ୍କ ରିପୋର୍ଟ) ଆଜି ନୂଆହାଟ ସ୍ଥିତ ବିଷ୍ଣୁ ସାମାନ୍ତରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ବେଶ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି l ସଭାପତି ଭାବେ ଅଭିଜିତ ନାୟକ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ରାହୁଳ ବିଶ୍ୱାଳ, ସାଧାରଣ ସମ୍ପାଦକ ଭାବେ ସୁପ୍ରଭା ସିଂହ, ସହ ସମ୍ପାଦକ ବୈକୁଣ୍ଠ ରାଉତ ନିଜ ନିକଟତମ ପ୍ରତିଦ୍ବନ୍ଦୀ ଙ୍କୁ ହରାଇ ୨୦୨୬ ଛାତ୍ର ସଂସଦ ପ୍ରତିନିଧି ଭାବେ ନିର୍ବାଚିତ ହୋଇଛନ୍ତି l ଅନ୍ୟ ସମସ୍ତ ପ୍ରାର୍ଥୀ ମାନେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା କଲେଜ ଅଧ୍ୟକ୍ଷ ଗଣମାଧ୍ୟକୁ ସୂଚନା ଦେଇଛନ୍ତି l ତେବେ ଯେଉଁମାନେ ନିର୍ବାଚିତ ହେଲେ ସେମାନେ ଏବିଭିପି ବୋଲି ଜଣାପଡ଼ିଛି l ନିର୍ବାଚିତ ପରେ ସମସ୍ତ ପ୍ରତିନିଧି ମାନେ ବଡ଼ଚଣା ବିଧାୟକ ଅମର କୁମାର ନାୟକଙ୍କୁ ସାକ୍ଷାତ କରି ତାଙ୍କ ଆର୍ଶୀବାଦ କାମନା କରିଛନ୍ତି l ପରେ ସମସ୍ତ ବିଜୟୀ ପ୍ରତିନିଧି ମାନେ ଏକ ବିରାଟ ଶୋଭାଯାତ୍ରା କରିଥିଲେ l

Leave a Reply

Your email address will not be published. Required fields are marked *