

ଚଣ୍ଡିଖୋଲ, ୧୦/୧୦(କ.ଵ୍ୟୁ) (ପ୍ରଶାନ୍ତ ଜେନା ଙ୍କ ରିପୋର୍ଟ) ବଡଚଣା ବ୍ଲକ୍ ଅନ୍ତର୍ଗତ ବୈରୀ ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ୧୪ଟି ଉପ୍ରା ଓ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସୁରଭି ୨୦୨୬ କାର୍ଯକ୍ରମ ହରି ଶଙ୍କର ବିଦ୍ୟାମନ୍ଦିର ବରୁଣିଆ ଠାରେ ଅନୁଷ୍ଟିତ ହୋଇଯାଇଛି। ଏହି ସୁରଭି କାର୍ଯ୍ୟକ୍ରମରେ ୧୭୦ଜଣ ଛାତ୍ର ଛାତ୍ରୀ ବିଭିନ୍ନ ବିଭାଗର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଉଦ୍ଘାଟନ ଉତ୍ସବରେ ଯାଜପୁର ରୋଡ ପୋଲିସ ଉପଖଣ୍ଡ ଅଧିକାରୀ ଶରତ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୃଜନଶିଳତା ଓ ଦକ୍ଷତା ପ୍ରଦର୍ଶନ ଛାତ୍ର ଛାତ୍ରୀ ମାନଙ୍କର ଭବିଷ୍ୟତ ନିର୍ମାଣର ଆଦ୍ୟ ଝଲକ୍ ବୋଲି କହିବା ସହିତ ପିଲା ମାନଙ୍କ ମଧ୍ୟରେ ଥିବା ଲୁକ୍କାଇତ ପ୍ରତିଭାକୁ ବିକଶିତ କରିବାରେ ସୁରଭି ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି କହିଥିଲେ।ବିଦ୍ୟାଳୟର ପ୍ରଧାନଶିକ୍ଷକ କୁମରବର ସାହୁ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସମ୍ମାନିତ ଅତିଥି ଭାବେ ସରପଞ୍ଚ ବେଣୁଧର ବିଶ୍ଵାଳ ଯୋଗଦେଇ ଶିକ୍ଷା ଏକ ଜୀବନ ବ୍ୟାପି ସାଧନା, ଏହାର ଶେଷ ନାହିଁ,ଜୀବନର ପ୍ରଥମ ବିଫଳତା ଭବିଷ୍ୟତର ସମସ୍ତ ସଫଳତା ର ଚାବିକାଠି ବୋଲି କହିବା ସହିତ ଜୀବନରେ ବଡ ମଣିଷ ନ ହୋଇ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ। ସାଧନ କେନ୍ଦ୍ର ର ସଂଯୋଜକ ବିଜ୍ଞାନ ରଞ୍ଜନ ସାମଲ ସୁରଭି କାର୍ଯ୍ୟକ୍ରମ ର ଲକ୍ଷ ଉଦ୍ଦେଶ୍ୟ ଉପରେ ଆଲୋଚନା କରିଥିଲେ।ବଡଚଣା ଓଷ୍ଟ୍ଟା ର ସମ୍ପାଦକ ସତ୍ୟବାଦୀ ପଣ୍ଡା ମଞ୍ଚ ପରିଚାଳନା କରିଥଲେ। ବିଚାରକ ଭାବେ ଡ ସୁଧିର ଚନ୍ଦ୍ର ସାମଲ,ଦୟାନିଧି ସାମଲ, ରାଜେନ୍ଦ୍ର ନାରାୟଣ ରାୟ, ରଜନୀ କାନ୍ତ ପୃଷ୍ଟି, ରଞ୍ଜିତ କୁମାର ଦାସ, ଲକ୍ଷ୍ମୀ ପ୍ରିୟା ନନ୍ଦ, ଲକ୍ଷ୍ମୀଧର ରାଉତ, କାଳନ୍ଦୀ ଚରଣ ବିଶ୍ବାଳ, ଅନିଲ ଜେନା, ପ୍ରମୁଖ ବିଭିନ୍ନ ପ୍ରତିଯୋଗିତା ର ମୂଲ୍ୟାଙ୍କନ କରିଥିଲେ। ଅପରାହ୍ନରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସିଦ୍ଧଗିରି ଆଶ୍ରମର ସନ୍ଥ ବିଶ୍ଵନାଥ ଦାସ ମହାରାଜ,ସମ୍ମାନିତ ଅତିଥି ଭାବେ ବୈରୀ ଥାନା ଅଧିକାରୀ ରଣଜିତ ମହାନ୍ତି ଯୋଗଦେଇ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ। କ୍ଳଷ୍ଟର ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନେ ବ୍ଲକ୍ ସ୍ତରୀୟ ସୁରଭି କାର୍ଯକ୍ରମ ରେ ଅଂଶ ଗ୍ରହଣ କରିବେ। କାର୍ଯକ୍ରମ ଓ ପ୍ରତିଯୋଗିତାକୁ ଅଜୟ ଭୂଷଣ ପଣ୍ଡା, ସଂଗ୍ରାମ୍ ମହାନ୍ତି, ତରୁଣ କାନ୍ତି ବାରିକ୍, ରଶ୍ମିତା ସାହୁ, ସଂଘମିତ୍ରା ସାମଲ, ବରଦା ପ୍ରସନ୍ନ ଶତପଥି, ରତ୍ନାକର ପ୍ରଧାନ, କ୍ଷେତ୍ର ମୋହନ ଷଡ଼ଙ୍ଗୀ, ସୌରଭ ମହାନ୍ତି, ପାର୍ଥ ଦୀପାୟନ ମିଶ୍ର,ସହଯୋଗ କରିଥିଲେ। ଶେଷରେ ବରଦା ପ୍ରସନ୍ନ ଶତପଥି ଧନ୍ୟବାଦ୍ ଅର୍ପଣ କରିଥିଲେ।