ବିବି କଲେଜ୍ ଛାତ୍ର ସଂସଦ ନିର୍ବାଚନ, ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ,୨ ପ୍ରାର୍ଥୀପତ୍ର ପ୍ରତ୍ୟାହୃତ, ୭ ପ୍ରାର୍ଥୀ ନିର୍ଦ୍ଵନ୍ଦରେ ନିର୍ବାଚିତ


ଚଣ୍ଡିଖୋଲ,୧୦/୧୦(କ.ଵ୍ୟୁ) (ପ୍ରଶାନ୍ତ ଜେନାଙ୍କ ରିପୋର୍ଟ)ଚଣ୍ଡିଖୋଲ ସ୍ଥିତ ବାବା ଭୈରଵା ନନ୍ଦ ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ଛାତ୍ର ସଂସଦ ନିର୍ବାଚନ ପାଇଁ ଗତ କାଲି ନାମାଙ୍କନ ପତ୍ର ଦାଖଲ କରିଥିବା ପ୍ରାର୍ଥୀ ମାନଂକ ମଧ୍ୟରୁ ସାଧାରଣ ସଂପାଦକ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବିଷ୍ଣୁ ପ୍ରିୟା ମଲ୍ଲିକ ଓ ସହ ସମ୍ପାଦକ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ସନ୍ତୋଷ କୁମାର ସେଠୀ ଆଜି ନିଜର ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଛନ୍ତି। ଫଳରେ ଚୂଡାନ୍ତ ପ୍ରାର୍ଥୀ ଭାବେ ସଭାପତି ପ୍ରାର୍ଥୀ ଭାବେ ଅନୀମା ପୃଷ୍ଟି, ନବିନ କୁମାର ପଣ୍ଡା, ରାଜ୍ କୁମାର ଯାଦବ, ଉପ ସଭାପତି ପଦ ପାଇଁ ଲିଟୁ ରାଉଳ, ସତ୍ ପ୍ରେମ ବିଶ୍ବାଳ,ସାଧାରଣ ସଂପାଦକ ପଦ ପାଇଁ ଦେବସ୍ମିତା ଜେନା, ମନୋଜ୍ କୁମାର ନାଥ ଶର୍ମା, ସହ ସମ୍ପାଦକ ଭାବେ ପୁର୍ଣ୍ଣଚନ୍ଦ୍ର ବେହେରା, ସୁମିତ୍ରା ସାହୁ, କ୍ରୀଡା ସମ୍ପାଦକ ପ୍ରାର୍ଥୀ ଭାବେ ଅଭିନବ ପରିଡ଼ା, ଜିତଜୟ ପ୍ରକାଶ ପଲେଇ, ରାଜ୍ ସାହୁ, ଶୁଭମ୍ ନାୟକ, ସହ କ୍ରୀଡା ସମ୍ପାଦକ ଭାବରେ ଅଭିଜିତ ସ୍ବାଇଁ, ବ୍ରହ୍ମାନନ୍ଦ ନାୟକ, ନାଟ୍ୟ ସଂସଦ ସମ୍ପାଦକ ଭାବେ ବିନାୟକ ମହାପାତ୍ର, ଓ କିରଣ କୁମାର ମହାରଣା ନିର୍ବାଚନ ରଣାଙ୍ଗନ ରେ ଅବତୀର୍ଣ୍ଣ ହୋଇ ଛନ୍ତି। ଅନ୍ୟ ସାତ ତି ପଦବୀ ପାଇଁ ଜଣେ ଲେଖାଏଁ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିବାରୁ ସେମାନଂକୁ ଅପ୍ରତିଦ୍ଵନ୍ଦୀ ଭାବେ ବିଜୟୀ ଘୋଷଣା କରାଯାଇଛି ବୋଲି ନିର୍ବାଚନ ଅଧିକାରୀ ମଥୁରୀ ବେହେରା ଜଣାଇ ଛନ୍ତି।

Leave a Reply

Your email address will not be published. Required fields are marked *