ଅବସରପ୍ରାପ୍ତ ପୋଲିସ ଅଧିକାରୀ କଲ୍ୟାଣ ସମିତି , କଟକ ସଂଘର ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ ଅନୁଷ୍ଠିତ

କଟକ : ଅବସରପ୍ରାପ୍ତ ପୋଲିସ ଅଧିକାରୀ କଲ୍ୟାଣ ସମିତି , କଟକ ସଂଘର ବାରବାଟି ଷ୍ଟାଡିୟମ୍ ସ୍ଥିତ ଓ ସିଏ ସମ୍ମିଳନୀ କକ୍ଷରେ ସଂଘର ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଭକ୍ତ ବଲ୍ଲଭ ଦାସ ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ। ବହୁ ବୁଦ୍ଧିଜୀବୀ ଏବଂ ମହାନଗର ଶାନ୍ତି କମିଟି ଓ ପୂଜା କମିଟି ର କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପରସ୍ପର ପରସ୍ପରକୁ ଶାରଦୀୟ ଦୁର୍ଗା ପୂଜା ଅବସରରେ ଶୁଭେଚ୍ଛା ଓ ଅଭି ନନ୍ଦନ ଜଣାଇଥିଲେ। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ବିନୟତୋସ ମିଶ୍ର ମୁଖ୍ୟ ଅତିଥି, ପୋଲିସ କମିଶନର ଏସ ଦେବଦତ୍ତ ସିଂ କଟକ ଡିସିପି ଋଷିକେଶ ଖିଲାରୀ ଏବଂ ବାରବାଟି କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ଶାରଦୀୟ ଦୁର୍ଗା ପୂଜା ର ଅଭିନନ୍ଦନ ଜଣାଇ କହିଲେ ଜନସାଧାରଣ ଙ୍କ ର ସୁରକ୍ଷା ଏବଂ ସେବା କ୍ଷେତ୍ରରେ ପୋଲିସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏପରିକି ଅବସର ପ୍ରାପ୍ତ ପୋଲିସ ଅଧିକାରୀ ମାନେ ଅବସର ପରେ ନିଜକୁ ଜନସାଧାରଣ ଙ୍କ ର ସେବାରେ ଉତ୍ସର୍ଗ କରିଥିବାରୁ ଏହା ନିଶ୍ଚିନ୍ତ ପ୍ରଶଂସନୀୟ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ 8 ଜଣ ବ୍ୟକ୍ତି ଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ସଂଗଠନ ସମ୍ପାଦକ ଦୀପ୍ତିରଞ୍ଜନ ରାଏ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସାଧାରଣ ସମ୍ପାଦକ ବିଭୂତି ଭୂଷଣ ପଟ୍ଟନାୟକ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ସଂଘ ପକ୍ଷରୁ ପ୍ରକାଶିତ ଏକ ସ୍ମରଣିକାକୁ ଅତିଥି ମାନେ ଉନ୍ମୋଚନ କରିଥିଲେ।ଡକ୍ଟର ଶକ୍ତି ଦାସ, ବରିଷ୍ଠ ସ୍ତମ୍ଭକାର ପ୍ରଦୋଷ ପଟ୍ଟନାୟକ, ଡ ଏବଂ ଦ୍ୱିବେଦୀ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଶେଷରେ କୃଷ୍ଣ ଚନ୍ଦ୍ର ସାମଲ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *