ଶରତ ଆକାଶ


ତବ ନାମ ଧରି ଯାଉଛି ମୁ ପୁରୀ
ପଥରେ ହବ ମୋ ଶା଼ହା
ବିଶ୍ବର କରତା ଜଗତ ଦେବତା
ଜଗତ ଜନନୀ ମୋ ମା’।
ଶରତ ଆକାଶ ନଈ ପଠା କୂଳେ
କାଶତଣ୍ଡି ଫୁଲ ହସ
ମାଆ ଆସୁଛନ୍ତି ଦଶ ଅବତାର
ଧରି ଶଂଖ ଗଦା ବେଶ।
ଦୁଃଖକୁ ବିନାଶ ସୁଖକୁ ପ୍ରଦାନ
ମନ ପୁଣ୍ୟ ଭାବ ଭକ୍ତି
ଏମିତି ଚାଲିଛି ଚାଲିଥିବା ସଦା
ଏ ସ୍ରୋତ ଦର୍ଶନ ଶକ୍ତି।
ତୋର ବଡ଼ଦାଣ୍ଡ ଭକ୍ତ ହୁଏ ରୁଣ୍ଡ
ଅହୋରାତ୍ର ହରିରାମ
ଗାଉଛି ଭଜନ ଗାଉଛି କୀର୍ତ୍ତନ
ସଂଗୀତ ଗୀତ ଶ୍ରୀରାମ।
ଅବଢ଼ା ପ୍ରସାଦ ପାଇ କି ଆନନ୍ଦ
ଖୁସି ମୋ ଭୋଗ ମଣ୍ଡପ
ଚାହିଁଦେଲେଭାବ ମିଳେ ଗଉରବ
ଛାଡିଯାଏ ଦୁଃଖ ପାପ।

ମାନଗୋବିନ୍ଦ ସ୍ବାଇଁ
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Leave a Reply

Your email address will not be published. Required fields are marked *