
ବାରିପଦା , ତା 9.10.27. ରିଖ(କ ବ୍ଯୁ) :
ଶୁକ୍ରବାର ଦିନ ବାରିପଦା ସ୍ଥିତ ଲେଡି ହାମିଲଟନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଳା ସ୍ସ୍ତରିୟ
ବିଜ୍ଞାନ ଡ୍ରାମା ଜିଲ୍ଳା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସେଠି ଙ୍କ ପ୍ରତେକ୍ଷ୍ୟ ତତ୍ୱା ବଧାନ ରେ ଅନୁଷ୍ଠିତ ହୋଇ ଯାଇଛି l
ଜିଲ୍ଳା ବିଜ୍ଞାନ ପରିଦର୍ଶକ ଶ୍ରୀ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ ଯୋଗ ଦେଇଥିଲେ l
ଉକ୍ତ ଆଲୋଚନା ଚକ୍ର ରେ ଜିଲ୍ଳା ର 8 ଟି ସ୍କୁଲର ର କୃତି ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ l
ଶ୍ରେଷ୍ଠ ପ୍ରତିଯୋଗୀ ଚୟନ ନିମନ୍ତେ ବିଚାରକ ଭାବେ ଜ୍ଞାନ ରଞ୍ଜନ ପଣ୍ଡା, ମନୋଜ ଦଲବେହେରା , ଅନଦା ଶଙ୍କର ଦାସ ପ୍ରମୁଖ ଯୋଗ ଦେଇ ଥିଲେ l
ଏହି ପ୍ରତିଯୋଗିତା ରେ ଜିଲ୍ଲାର 8 ଟି ବ୍ଲକର କୃତି ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ l ସେମାନଙ୍କ ମଧ୍ୟରୁ ପି ଏମ ଶ୍ରୀ ଏମ କେ ସି ସରକାରୀ ଉଚ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି l ରଘୁନାଥ ହାଇସ୍କୁଲ, ରାଇକମା ଦ୍ୱିତୀୟ ସ୍ଥାନ ଏବଂ
ଲେଡୀ ହାମିଲଟନ ହାଇସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l
ଆଗାମୀ ସେପ୍ଟେମ୍ବର 11 ତାରିଖରେ ବାରିପଦା ରେ
ହେବାକୁ ଥିବା ଜୋନ ସ୍ତରୀୟ ବିଜ୍ଞାନ ଡ୍ରାମା ରେ ପି ଏମ ଶ୍ରୀ ଏମ କେ ସି ସରକାରୀ ଉଚ ବିଦ୍ୟାଳୟ ଅଂଶଗ୍ରହଣ ଗ୍ରହଣ କରିବେ l
ଉକ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ଶିକ୍ଷକ ମନୋଜ ପାତ୍ର, ଭୀଷ୍ମଦେବ ମହାନ୍ତ,ଅଜିତ ମହାନ୍ତି, ମନୋଜ ପରିଡା, ବସନ୍ତ ଦତ୍ତ, ଅତସୀ କୁଣ୍ଡୁ ପ୍ରମୁଖ ସହଯୋଗ କରି ଥିଲେ l
ପରିଶେଷରେ ଶିକ୍ଷକ ଶ୍ରୀ ନୟନ କୁମାର ଗିରି ଧନ୍ୟବାଦ ଅର୍ପଣ କରିଥିଲେ l
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)