କଟକ :ଧର୍ମ, ଜ୍ଞାନ, ଜ୍ୟୋତିଷ , ସମ୍ବାଦ ଓ ସଂସ୍କାରମୂଳକ ଅଗ୍ରଣୀ ଆଧ୍ୟାତ୍ମିକ ପତ୍ରିକା ' ଦିବ୍ୟାଲୋକ ସନ୍ଧାନେ ' ର ଅକ୍ଟୋବର ଶାରଦୀୟ ସଂଖ୍ୟା ଓଡ଼ିଆ ବଜାର ବାଉଁଶ ଗଳି ସ୍ଥିତ ସଚ୍ଚିଦାନନ୍ଦ ମଠ ପରିସରରେ ଏକକ ଅତିଥି ମାଧ୍ୟମରେ ଉନ୍ମୋଚିତ ହୋଇଯାଇଛି l ସର୍ବଭାରତୀୟ ଗୌଡୀୟ ମିଶନ ର ଆଚାର୍ଯ୍ୟ ତଥା ସଭାପତି ବିଷ୍ଣୁପାଦ ପରମହଂସ 108 ଶ୍ରୀ ଶ୍ରୀମଦ ଭକ୍ତି ସୁନ୍ଦର ସନ୍ନ୍ୟାସୀ ମହାରାଜା ପତ୍ରିକାଟିକୁ ଉନ୍ମୋଚନ କରି ଦୀର୍ଘ 25 ବର୍ଷ ହେଲା ଆଧ୍ୟାତ୍ମିକ ପତ୍ରିକାଟିକୁ ଚଳାଇ ଆସିଥିବାରୁ କର୍ମକର୍ତ୍ତାକୁ ଧନ୍ୟବାଦ ଦେବା ସହିତ ପତ୍ରିକାର ଦୀର୍ଘ ଜୀବନ କାମନା କରିଥିଲେ l ପତ୍ରିକା ର ମୁଖ୍ୟ ସମ୍ପାଦକ ଡଃ ଶରତ କୁମାର ରଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଆଧ୍ୟାତ୍ମିକ ସ୍ତମ୍ଭକାର ତଥା ପ୍ରବକ୍ତା ଶ୍ରୀସନ୍ନ୍ୟାସୀ ଜୀ, ସଚ୍ଚିଦାନନ୍ଦ ମଠର ସନ୍ଥ ଅକିଞ୍ଚନ ମହାରାଜ,ନିଖିଳ ଉତ୍କଳ ପ୍ରବକ୍ତା ମହାସଂଘ ସମ୍ପାଦକ ପଣ୍ଡିତ ପ୍ରମୋଦ ପଣ୍ଡା, ପୁରୀ ଶ୍ରୀକୃଷ୍ଣ ମିଶନ ଆଶ୍ରମ ର ସନ୍ଥ ଅକିଞ୍ଚନ ମହାରାଜ, ଡାକ୍ତର ଅରବିନ୍ଦ ନନ୍ଦ, ପ୍ରମୁଖ ଉପସ୍ଥିତ ଥିଲେ l ପତ୍ରିକାର ପରିଚାଳନା ସମ୍ପାଦକ ଇଂ ବିପ୍ଳବ ଦାସ, ପ୍ରସାର ଅଧିକାରୀ ଡଃ ଆରତୀ ପଣ୍ଡା, ଇଂ ରାମଚନ୍ଦ୍ର ବେହେରା, ଅଶୋକ କୁମାର ଜେନା,ସୁଧାଂଶୁ କୁମାର ଜେନା, ରାକେଶ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l 'ଦିବ୍ୟାଲୋକ ସନ୍ଧାନେ ' ର ଚଳିତ ସଂଖ୍ୟlରେ ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର, ଛନ୍ଦା ମିଶ୍ର, ବୈକୁଣ୍ଠନାଥ ମିଶ୍ର, ଅଲେଖ ମିଶ୍ର, ରାଜେନ୍ଦ୍ରପ୍ରସାଦ ମହାପାତ୍ର, ସ୍ମୃତିରେଖା ମହାକୁଢ଼, ଡାକ୍ତର ଅରବିନ୍ଦ ନନ୍ଦ, ମୀରା ବେଉରା, ଡଃ ଛାୟାକାନ୍ତ ଷଡ଼ଙ୍ଗୀ, ଡଃ ଅଭିମନ୍ୟୁ ବରାଳ, ଲିଙ୍ଗରାଜ ମହାନ୍ତି, ଡଃ ପବିତ୍ର ସୁବୁଦ୍ଧି ଆଦିଙ୍କ ମୂଲ୍ୟବାନ ଆଧ୍ୟାତ୍ମିକ ଲେଖାମାନ ସ୍ଥାନିତ ହୋଇଛି l ପ୍ରତିଥର ପରି ଏଥରକ ମଧ୍ୟ ଦେବର୍ଷି ନାରଦ ଙ୍କ ଚର୍ଚ୍ଚିତ ଆଧ୍ୟାତ୍ମିକ -ସମାଲୋଚନାମୂଳକ ସ୍ତମ୍ଭ ' ନାରାୟଣ.. ଶ୍ରୀମନ ନାରାୟଣ..' ର ପ୍ରତିଟି ଲେଖା ମନକୁ ମୋହୁଛି l ମହାକାଳ ଉଵାଚଙ୍କ ନିୟମିତ ସ୍ତମ୍ଭ 'ଶୁଣ ସରକାର ' ରେ ରାଜ୍ୟ ଆଇନ ବ୍ୟବସ୍ଥାକୁ ଆହୁରି ଦାୟିତ୍ୱବାନ କରିବା ପାଇଁ ସରକାରଙ୍କୁ ପରାମର୍ଶ ଦିଆଯାଇଛି l ଆଉ ଏକ ରୋଚକ ନିୟମିତ ସ୍ତମ୍ଭ 'ସିଂହଦ୍ୱାର ' ରେ ଉତ୍ତର ପ୍ରଦେଶର ପ୍ରସିଦ୍ଧ ସନ୍ଥ ନୀମ କରୋଲି ବାବା ଏବଂ ଏବର ' ହନୁମାନ ଅଂଶ ' ଚଳଚ୍ଚିତ୍ର ଉପରେ ଆଲୋକପାତ କରାଯାଇଛି l ହିନ୍ଦୁମାନଙ୍କ ସଂଖ୍ୟା ବୃଦ୍ଧି ନିମନ୍ତେ ଚଳିତ ମାସ ପତ୍ରିକାର ଆହ୍ୱାନ ହେଉଛି ' ଆମେ ଦୁଇ... ଆମର ଚାରି ' ସହିତ ଜାତୀୟ ସମସ୍ୟାକୁ ଆଲୋଚନା କରିବା ପାଇଁ ଏକ ନୂତନ ସ୍ତମ୍ଭ ' ଦେଶର କଥା ' ସ୍ଥାନିତ ହୋଇଛି l 'ଭଲ ଲୋକଙ୍କ କଥା ' ସ୍ତମ୍ଭରେ ସାଲେପୁର ଅଂଚଳର ରକ୍ତଦାତା ଯୁବକ ବିଶ୍ୱରଂଜନ ସାହୁଙ୍କ କଥା ଉଲ୍ଲେଖ ଅଛି ବୋଲି ସମ୍ପାଦକ ଶ୍ରୀସନ୍ନ୍ୟାସୀ ଜୀ ସୂଚନା ଦେଇଛନ୍ତି l