
କଟକ: ବିସିସିଆଇର ଘରୋଇ କ୍ରିକେଟ୍ ସିଜନ୍ ୨୦୨୬-୨୭ ପାଇଁ କର୍ଣ୍ଣେଲ ସି.କେ. ନାୟୁଡୁ ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚ୍ ନିମନ୍ତେ ଓଡ଼ିଶା ୨୩ ବର୍ଷରୁ କମ୍ ପୁରୁଷ କ୍ରିକେଟ୍ ଦଳ ଘୋଷଣା କରିଛି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)। ସୁଜଲ ସିଂହଙ୍କୁ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି।
ଘୋଷିତ ୧୬ ଜଣିଆ ଦଳରେ ଆୟୁଷ ସୁତାର, ପନକଳ ଶଶାଙ୍କ, ଉମେଶ ଗୌତମ, ଦିବ୍ୟଜ୍ୟୋତି ପଟ୍ଟନାୟକ, ସୁଜଲ ସିଂହ, ସାଇଦୀପ ମହାପାତ୍ର, ସୁବୀର ସର୍ଦ୍ଦାର, ଏମ୍.ଡି. ସୋହେଲ ଖାନ୍, ସ୍ୱରୂପ ଭୂୟାଁ, କମଳ କଂହର, ରିତେଶ ପ୍ରିୟରଞ୍ଜନ, ଆଶୁତୋଷ ମାରାଣ୍ଡି, ଓମ୍କାର ମହାନ୍ତି, ସାର୍ଥକ ପଣ୍ଡା, ଅର୍ପିତ ଏସ୍. ମହାନ୍ତି ଓ ଆର୍ଯ୍ୟନ ତିୱାରୀ ସ୍ଥାନ ପାଇଛନ୍ତି।
ଦଳରେ ବ୍ୟାଟର୍, ୱିକେଟ୍କିପର୍, ଅଲ୍ରାଉଣ୍ଡର ଏବଂ ବିଭିନ୍ନ ଶୈଳୀର ବୋଲର୍ଙ୍କୁ ସାମିଲ କରାଯାଇଛି। ଯୁବ ଖେଳାଳିଙ୍କ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ନିଜର ପ୍ରତିଭା ପ୍ରଦର୍ଶନ କରିବା ସହ ରାଜ୍ୟ ଦଳ ପାଇଁ ଭଲ ପ୍ରଦର୍ଶନ କରିବାର ଏକ ସୁଯୋଗ ହେବ।