
କଟକ : ମଧୁପାଟଣା ଥାନା ଅନ୍ତର୍ଗତ ପ୍ରେସ୍ ଛକ ମାଛ ମାର୍କେଟ ରାସ୍ତାରେ ଏକ ବାଇକ୍କୁ ଧକ୍କା ଦେଇ ପଳାଉଥିବା OD05CL5052 ନମ୍ବର ବିଶିଷ୍ଟ କାର୍କୁ ଚାଉଳିଆଗଞ୍ଜ ଥାନା ପୋଲିସ ନୂଆବଜାର ଛକ ନିକଟରେ ଧରିଛି। ପୋଲିସ କାର୍ ଚାଳକଙ୍କୁ ଗିରଫ କରିବା ସହ ଗାଡ଼ିକୁ ଜବତ କରିଛି।
ପ୍ରେସ୍ ଛକ ମାଛ ମାର୍କେଟ ରାସ୍ତାରେ କାର୍ଟି ଏକ ବାଇକ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ପଳାଇ ଯାଉଥିଲା। ଏହି ସମୟରେ ଚାଉଳିଆଗଞ୍ଜ ଥାନା ପୋଲିସ ନୂଆବଜାର ଛକ ନିକଟରେ କାର୍ଟିକୁ ଅଟକାଇ ଚାଳକଙ୍କୁ କାବୁ କରିଥିଲା। ଦୁର୍ଘଟଣାରେ କାର୍ର ଆଗ କାଚ ଓ ହୁଡ୍ ଭାଙ୍ଗି ଯାଇଥିବା ବେଳେ ବାଇକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ କଟକ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଛି।