









କଟକ: ଜାତୀୟ କବି ବୀରକିଶୋର (ଜେକେବିକେ) ସରକାରୀ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ନିମନ୍ତେ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀମାନେ ନିଜ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ମହାବିଦ୍ୟାଳୟ ପରିସରରେ ଉତ୍ସାହଜନକ ପରିବେଶ ମଧ୍ୟରେ ମନୋନୟନ ପତ୍ର ଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି। ଜାତୀୟ କବି ବୀରକିଶୋର ସରକାରୀ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ତରଫରୁ ଏହି ନାମାଙ୍କନପତ୍ର ଦାଖଲ କରାଯାଇଛି।
ମନୋନୟନ ପତ୍ର ଦାଖଲ କରିଥିବା ପ୍ରାର୍ଥୀଙ୍କ ନାମ:
- ସଭାପତି: ଓମ୍ ମହାରଣା
- ଉପସଭାପତି: ସୁମନ୍ତ କୁମାର ସ୍ୱାଇଁ
- ସମ୍ପାଦକ: ସତ୍ୟପ୍ରକାଶ ନାୟକ
- ସହ-ସମ୍ପାଦକ: ସନ୍ତୋଷ ଦଳ ବେହେରା
- ଗାର୍ଲସ କମନ୍ ରୁମ୍ ସମ୍ପାଦିକା: ଶୁଭଲକ୍ଷ୍ମୀ ସେଠି
- ବଏଜ୍ କମନ୍ ରୁମ୍ ସମ୍ପାଦକ: ସନ୍ଦୀପ କୁମାର ସାହୁ
- ଡ୍ରାମାଟିକ୍ ସେକ୍ରେଟାରୀ: ଅମ୍ଲାନ ପଟ୍ଟନାୟକ
- ଆଥଲେଟିକ୍ ସେକ୍ରେଟାରୀ: ଦିଲୀପ ବାସ୍କେ
- ଡିଏସ୍ଏ (DSA) ସେକ୍ରେଟାରୀ: ରିତେଶ ମହାନ୍ତି
ନାମାଙ୍କନପତ୍ର ଦାଖଲ ସମୟରେ ମହାବିଦ୍ୟାଳୟର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ରହି ନିଜ ନିଜ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଥିଲେ।