



ବେଲଗୁଣ୍ଠା (ନେଟଗାଁ), ତା. ୦୮/୧୦ :
ବରିଷ୍ଠ କଳାକାର କାମରାଜୁ ନାୟକଙ୍କ ବିୟୋଗରେ “ବେଲଗୁଣ୍ଠା ବ୍ଲକ ବରିଷ୍ଠ କଳାକାର ସଂଘ” ତରଫରୁ ଦିବଂଗତ ନାୟକଙ୍କ ଦ୍ୱାଦଶାହ ଅବସରରେ ନେଟଗାଁ ଠାରେ ଏକ ଶୋକସଭା ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକାରୀ ସଭାପତି ନାରଣ ଗୌଡ଼, ଉପ ସଭାପତି ଶିବାରାମ ରାଉତ, କୋଷାଧ୍ୟକ୍ଷ ଜୁରେଶ୍ଵର ଲେଙ୍କା, ପୂର୍ବତନ ସଭାପତି ବାବୁଲା ଜେନା ପ୍ରମୁଖ ସମସ୍ତ କର୍ମକର୍ତ୍ତା ସ୍ବର୍ଗତ ନାୟକଙ୍କ କଳାକାର ଜୀବନୀର ସ୍ମୃତି ଚାରଣ ସହ ବାକ୍ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ଅବସରରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ, ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍, କାର୍ଯ୍ୟକାରୀ ସଭାପତି ଡଃ. ବିଜୟ ଚନ୍ଦ୍ର ମହାରଣା, ଉପ ମହାସଚିବ ପ୍ରଦୀପ କୁମାର ସାହୁ ପ୍ରମୁଖ ଭିଡିଓ କନଫରେନ୍ସ ଯୋଗେ କାମରାଜୁ ବାବୁଙ୍କ ବିୟୋଗରେ ସମଗ୍ର ଘୁମୁସର ଲୋକକଳା କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି ମତବ୍ୟକ୍ତ କରିଥିଲେ। ବରିଷ୍ଠ କଳାକାର ରଙ୍କନିଧି ଗୌଡ଼, ନାଟ୍ୟ ନିର୍ଦ୍ଦେଶକ ବାଲ୍ମୀକି ମହାନ୍ତି, ବ୍ଲକ ସଂଯୋଜକ ଈଶ୍ବର ଗୌଡ଼, ନକୁଳ ପରିଡା, କାର୍ତ୍ତିକ ସ୍ୱାଇଁ, ମହେଶ୍ୱର ବାଡ଼ତ୍ୟା ନିରଞ୍ଜନ ଲେଙ୍କା, ସୀମାଞ୍ଚଳ ନାୟକ, ସୁବାସ ଲେଙ୍କା, ମହାସଂଘ କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁ ପ୍ରମୁଖ ବହୁ ସଦସ୍ୟ ସ୍ବର୍ଗତ କାମରାଜୁ ବାବୁଙ୍କ ଫୋଟୋ ଚିତ୍ରରେ ଆପଣା ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ବ୍ଲକ ଶାଖା ସମ୍ପାଦକ ରଞ୍ଜିତ କୁମାର ପାତ୍ର ସ୍ୱାଗତ ଭାଷଣ କ୍ରମରେ ଗ୍ରାମୀଣ କଳା ସଂସ୍କୃତି କ୍ଷେତ୍ରରେ ସ୍ବର୍ଗତ ନାୟକଙ୍କ ଅବଦାନ ସଂକ୍ରାନ୍ତରେ ସ୍ମୃତି ଚାରଣ କରିଥିଲେ। କାର୍ଯ୍ୟକ୍ରମରେ ମୃତକଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସଂଘ ପକ୍ଷରୁ ନାମ ସଂକୀର୍ତ୍ତନ ଓ ନଗର ପରୀକ୍ରମା କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ମୃତକଙ୍କ ପରିବାର ବର୍ଗ ଏବଂ ସଂଘ ସଦସ୍ୟମାନେ ସହଯୋଗ କରିଥିଲେ।