ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ଚଳ ଚଞ୍ଚଳ କଲେଜ୍ କ୍ୟାମ୍ପସ

ଚଣ୍ଡିଖୋଲ,୮/୧୦(କ.ଵ୍ୟୁ) (ପ୍ରଶାନ୍ତ ଜେନା ଙ୍କ ରିପୋର୍ଟ) ଦୀର୍ଘ ୮ବର୍ଷ ର ଅପେକ୍ଷା ପରେ କଲେଜ ରେ ବାଜିଲା ନିର୍ବାଚନୀ ବିଗୁଲ୍। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ସମସ୍ତ ସରକାରୀ କଲେଜ ପରିସର। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ଉନ୍ମାଦନା ଦେଖା ଦେଇଛି। ବିଜ୍ଞପ୍ତି ପ୍ରକାଶ ପାଇଲା ପରେ ଆଜି ସ୍ଥାନୀୟ ବାବା ଭୈରବା ନନ୍ଦ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଖୁସି ର ମାହୋଲ ଦେଖା ଦେଇଛି। ବିଜ୍ଞପ୍ତି ଅନୁସାରେ ୯ତାରିଖ ଦିନ ସକାଳ ୯ଟା ଠାରୁ ଅପରାହ୍ନ ୧ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ। ସେହି ଦିନ ଅପରାହ୍ନ ୨ଟା ଠାରୁ ୫ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବା ସହିତ ବୈଧ ପ୍ରାର୍ଥୀ ନାମ ପ୍ରକାଶ ପାଇବ। ୧୦ ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ସହ ଚୂଡାନ୍ତ ପ୍ରାର୍ଥୀ ପତ୍ର ପ୍ରକାଶ ପାଇବ । ୧୪ ତାରିଖରେ ହ୍ୱାର୍ଟ ଆଇ ଷ୍ଟାଣ୍ଡ ଫର । ୧୫ତାରିଖ ସକାଳ ୮ଟା ଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟ୍ ଦାନ କରାଯାଇ ୫ଟା ରେ ଭୋଟ ଗଣତି କରାଯାଇ ଫଳ ପ୍ରକାଶ ପାଇବ। ୧୬ତାରିଖରେ ନିର୍ବାଚିତ ପ୍ରତିନିଧମାନଙ୍କ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥି ସହିତ ସ୍ନାତକ ଡିଗ୍ରୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବୟସ ୧୭ରୁ ୨୨ବର୍ଷ ରହିଥିବା ବେଳେ ସ୍ନାତକୋତ୍ତର ଡିଗ୍ରୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବୟସ ୨୫ବର୍ଷ ରଖା ଯାଇଛି। ନିର୍ବାଚନରେ ପ୍ରାର୍ଥୀ ମାନେ ୫ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। କଲେଜ ପରିସରକୁ ଶାନ୍ତି ପୂର୍ଣ୍ଣ ଓ ହିଂସା ମୁକ୍ତ କରିବା ପାଇଁ ସ୍ଥାନୀୟ ପୋଲିସ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ନିର୍ବାଚନରେ ସଂପୃକ୍ତ କଲେଜ୍ ର ଛାତ୍ର ଛାତ୍ରୀ ମାନେ ଭାଗ ନେଇପାରିବେ । ଯେଉଁ ଛାତ୍ର ଛାତ୍ରୀ ମାନେ ଭୋଟ ଦେବେ ସେମାନଙ୍କର ଶତକଡା ୭୫ଭାଗ ଉପସ୍ଥାପନ ରହିବା ଆବଶ୍ୟକ। ଲିଙ୍ଗ ଡୋ କମିଶନର ଙ୍କ ସୁପାରିଶ ଅନୁସାରେ ନିର୍ବାଚନକୁ ନିର୍ଭୀକ ନିରପେକ୍ଷ କରିବା ପାଇଁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପ୍ରତ୍ୟେକ କଲେଜ୍ କୁ ନିର୍ଦ୍ଦେଶ ଦିଆ ଯାଇଛି। ଆଜି ବିଜ୍ଞପ୍ତି ପ୍ରକାଶ ପାଇଲା ପରେ ବିଭିନ୍ନ ରାଜ ନୈତିକ ଦଳର ଆଶାୟୀ ପ୍ରାର୍ଥୀମାନଙ୍କ ମଧ୍ୟରେ ନିର୍ବାଚନୀ ରଣ କୌଶଳ, ଆରମ୍ଭ ହୋଇ ଯାଇଛି।

Leave a Reply

Your email address will not be published. Required fields are marked *