ଓଡିଶା ବନ୍ଦ ଡାକରାରେ ଗାଇସିଲେଟ କଂଗ୍ରେସ ଦଳଙ୍କ ବନ୍ଦ ପାଳନ




ଗାଇସିଲେଟ ତା -08-10-26 ରିଖ କ ବ୍ୟୁ ( ପଦ୍ମପୁର ଉପଖଣ୍ଡ -ଫକୀର ଦୀପ ) :

ଓଡିଶା ବନ୍ଦ ଡାକରାରେ ଆଜି ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ କଂଗ୍ରେସ ଦଳ ବନ୍ଦ ପାଳନ କରିଛନ୍ତି l ଏହା ରାଜ୍ୟ ସାରା ସରଗରମ ହୋଇଥିବା ବେଳେ ଗାଇସିଲେଟରେ ବହୁତ ଶାନ୍ତିର ସହିତ ବନ୍ଦ ପାଳନ କରାଯିବାର ପରିଲକ୍ଷିତ ହୋଇଛି l ଗାଇସିଲେଟ ବ୍ଲକ ସଭାପତି ଶ୍ରୀ ଘନ ପାତ୍ରଙ୍କ ନେତୃତ୍ୱରେ ସକାଳ ଛ ଟାରୁ ସନ୍ଧ୍ୟା ଛ ତା ପର୍ଯ୍ୟନ୍ତ ଅଞ୍ଚଳର ଲୋକଙ୍କ ସହଯୋଗରେ ଅତି ଶାନ୍ତ ଭାବରେ ସମୟଟିଗଡିଯାଇଛି l ଏହି ଅବସରରେ କଂଗ୍ରେସ ଦଳ ଜିଲ୍ଲା ବିଶିଷ୍ଠ ସଭ୍ୟ ଶ୍ରୀ ଆନନ୍ଦ ପଧାନ ଯୋଗ ଦେଇ ଅଞ୍ଚଳର ଲୋକଙ୍କ ଆଗରେ ସ୍ଲୋଗାନ ଦେବା ସହିତ ଅଭିଭାଷଣ ରଖିଥିଲେ l କଂଗ୍ରେସ ଯୁବ ସଭାପତି ନେତା ଯିଏ ଜନ ସେବକ ଭାବରେ ପରିଚିତ ଓ ଲୋକଙ୍କ ଭତ୍ତା ଠାରୁ ଗୋପବନ୍ଧୁ ଯୋଜନା ଲୋକଙ୍କୁ ଅଫିସର ସହିତ ଲଢ଼ି ଲୋକଙ୍କୁ ସାହାଯ୍ୟର ହାତ ବଢ଼ାନ୍ତି ଶ୍ରୀ ସୁନୀଲ ଗଡତିଆ ଓ ବିଶିଷ୍ଟ କଂଗ୍ରେସ ସଭ୍ୟ ଉପେନ୍ଦ୍ର ସାହୁ ଯୋଗ ଦେଇ ଆସନ୍ତା ନିର୍ବାଚନୀ ଲଢେଇରେ ସରକାର ବନେଇବାର ଅସାପୋଷଣ କରିଛନ୍ତି l ଅଂଚଳରୁ କିଛି ସଭ୍ୟ ପଦେ ପଦେ କହି ଗାଇସିଲଟ ସହୀଦ ଛକରେ ଚାରି ଚକିଆ ଜାନ ଅଟକାଇ ଥିଲେ ଓ ଅସୁବିଧା ସମ୍ପନ୍ନ ବ୍ୟକ୍ତିଙ୍କ ଗାଡିକୁ ଅବରୋଧ ନାଁ କରି ଅନ୍ୟାଙ୍କ ଆଦେଶରେ ଯିବାକୁ ଆକ୍ଳେଶ ଆଦେଶ କରିଥିଲେ l କିଛି ପାରିବଗନ ଗାଡି ଛ ଟା ଅଟକିବାର ନିଷ୍ପତ୍ତିକୁ ମଂଜୁର କରି ରୋଷେଇ ସାମଗ୍ରୀ ଆଣି ରୋଷେଇକରି ସନ୍ଧ୍ୟା ଛାତକୁ ଅପେକ୍ଷା କରିଥିଲେ ଏଥିରେ ଅଞ୍ଚଳର ପୋଲିସ ବହୁତ ସାହାଯ୍ୟ କରି ଶାନ୍ତି ରକ୍ଷା କରିବାର ପ୍ରେରଣା ଦେଇଥିଲେ l କେତେକ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ଖୁସି ମନେଇ ଥିଲେ l ଶ୍ରୀ ଘନ ପତ୍ର ଓ ସୁନୀଲ ଗଡତିଆ ଖୁସିର ସହିତ ଅଞ୍ଚଳର ସଂଯୋଗୀଙ୍କୁ ଜଳଖିଆର ବ୍ୟବସ୍ଥା କରି ଥିବାରୁ ସମସ୍ତେ ଆନନ୍ଦିତ ଅନୁଭବ କରିଥିଲେ l ଆହୁରି ଅଞ୍ଚଳରେ ଥିବା ଦେଶୀ ମହୁଲି ଭାଟି ରାସ୍ତା ନିକଟରେ ରହିଥିବାରୁ ତାକୁ ପରିବେଶ ଉପରେ ନଜର ଦେଇ ଦୁଇ କିଲୋମିଟର ଭିତରେ ଓ ନିର୍ଜନ ସ୍ଥାନରେ ରଖିବାର ଆପତ୍ତି ଜଣେଇ ଥିଲେ l କାହିଁକି ବାଟରେ ଯାଉଥିବା ସାଧାରଣ ଲୋକେ ଓ କଲେଜ ଝିଅ ମଦ ବାସ୍ନାକୁ ନିନ୍ଦା କରୁଥିବାର ଶୁଣିବାକୁ ଓ ଚର୍ଚିତ ଜଣା ପଡୁଛି l

Leave a Reply

Your email address will not be published. Required fields are marked *